କନକ ବ୍ୟୁରୋ: ଜଳେଶ୍ବରରେ ଲଜ୍ଜା । ମାନସିକ ବିକୃତ ନାବାଳିକାକୁ ଦୁଷ୍କର୍ମ । ଦୁଷ୍କର୍ମ କରି ରାସ୍ତାରେ ଛାଡ଼ି ଚାଲିଗଲେ ଯୁବକ । ଅସହାୟ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ନାବାଳିକା ଶୌଚ ଯାଇ ଆଉ ଘରକୁ ଫେରିନଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ଝିଅକୁ ପରିବାର ଲୋକେ ପାଇନଥିଲେ । ତେବେ ଘର ଠାରୁ ୨୦ କିଲୋମିଟର ଦୂର ଗୋବରଘଟା ସ୍ଥିତ ସିଟ୍ ଛକରୁ ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ପରିବାର ଲୋକକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟ ଲୋକେ । ତୁରନ୍ତ ନାବାଳିକାକୁ ହାତୀଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଥିଲା । ସମ୍ପର୍କୀୟମାନେ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ରାଇବଣିଆ ଅଞ୍ଚଳର ଯୁବକ ସଞ୍ଜୀବ କୁମାର ଘୋଷକୁ ଭଦୁଆକୁ ଗିରଫ କରାଯାଇଛି ।
ଜଳେଶ୍ବରରେ ଲଜ୍ଜା ; ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ
ଜଳେଶ୍ବରରେ ଲଜ୍ଜା । ମାନସିକ ବିକୃତ ନାବାଳିକାକୁ ଦୁଷ୍କର୍ମ । ଦୁଷ୍କର୍ମ କରି ରାସ୍ତାରେ ଛାଡ଼ି ଚାଲିଗଲେ ଯୁବକ । ଅସହାୟ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)