ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବି ଛାଡିଲେନି ; ୨ ଅଭିଯୁକ୍ତ ଅଟକ

ମାନସିକ ବିକାରଗସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରୁ ଏପରି ସାଂଘାତିକ ଅଭିଯୋଗ ଆସିଛି ।

11ll

କନକ ବ୍ୟୁରୋ: ମାନସିକ ବିକାରଗସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରୁ ଏପରି ସାଂଘାତିକ ଅଭିଯୋଗ ଆସିଛି । ପୀଡ଼ିତା ଜଣଙ୍କ ଛତିଶଗଡ଼ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ରାତିରେ ମହିଳା ଜଣଙ୍କ ଏକ ଦୋକାନ ଘର ସାମ୍ନାରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଆସି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ୍ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ପୀଡ଼ିତାଙ୍କୁ ପୋଲିସ ଡାକ୍ତରୀ ମଇନା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe