କାଲିଠୁ ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ରେ ଭାରତର ଅଭିଯାନ

Advertisment

ପ୍ରୋ-ଲିଗ୍‌ର ଏହି ରାଉରକେଲା ପର୍ଯ୍ୟାୟରେ ଆୟୋଜକ ଭାରତ ସମେତ ଅଲିମ୍ପିକ୍ ପାୱାରହାଉସ୍ ବେଲଜିୟମ୍‌ ଓ ଦୁର୍ଜୟ ଆର୍ଜେଣ୍ଟିନା ମଧ୍ୟରେ ଲଢ଼େଇ ହେବ । ସମସ୍ତ ୬ଟି ମ୍ୟାଚ୍‌ ସନ୍ଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ । 

ପ୍ରୋ-ଲିଗ୍‌ର ଏହି ରାଉରକେଲା ପର୍ଯ୍ୟାୟରେ ଆୟୋଜକ ଭାରତ ସମେତ ଅଲିମ୍ପିକ୍ ପାୱାରହାଉସ୍ ବେଲଜିୟମ୍‌ ଓ ଦୁର୍ଜୟ ଆର୍ଜେଣ୍ଟିନା ମଧ୍ୟରେ ଲଢ଼େଇ ହେବ । ସମସ୍ତ ୬ଟି ମ୍ୟାଚ୍‌ ସନ୍ଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ । 

Hockey-

କନକ ବ୍ୟୁରୋ: ମଙ୍ଗଳବାରଠାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପୁରୁଷ ହକି ପ୍ରୋ-ଲିଗ୍‌ । ଏଣୁ ବିଶ୍ୱ ହକି ସ୍ପଟ୍‌ଲାଇଟ୍‌କୁ ଫେରିଛି ଓଡ଼ିଶା । ସେହିଭଳି ବର୍ଷକ ପରେ ଇସ୍ପାତସହରକୁ ଗୋଟିଏ ବର୍ଷର ବ୍ୟବଧାନ ପରେ ଶୀର୍ଷସ୍ତରୀୟ ଅନ୍ତର୍ଜାତୀୟ ହକି ଫେରିଥିବାରୁ ଜିଲ୍ଲାର ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ପ୍ରୋ-ଲିଗ୍‌ର ଏହି ରାଉରକେଲା ପର୍ଯ୍ୟାୟରେ ଆୟୋଜକ ଭାରତ ସମେତ ଅଲିମ୍ପିକ୍ ପାୱାରହାଉସ୍ ବେଲଜିୟମ୍‌ ଓ ଦୁର୍ଜୟ ଆର୍ଜେଣ୍ଟିନା ମଧ୍ୟରେ ଲଢ଼େଇ ହେବ । ସମସ୍ତ ୬ଟି ମ୍ୟାଚ୍‌ ସନ୍ଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ । ପ୍ରଥମ ଦିନରେ ଦୁଇ ଶକ୍ତିଶାଳୀ ବେଲଜିୟମ୍ ଓ ଆର୍ଜେଣ୍ଟିନା ମୁହାଁମୁହିଁ ହେବାକୁଥିବା ବେଳେ ହର୍‌ମନ୍‌ପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବୁଧବାର ବେଲ୍‌ଜିୟମ୍ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ।

ଏହା ବି ପଢ଼ନ୍ତୁ: ବିସିସିଆଇ କେନ୍ଦ୍ରୀୟ ଚୁକ୍ତିର ‌ଗ୍ରେଡ୍‌-ବି’କୁ ଖସିଲେ କୋହଲି, ରୋହିତ

ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍‌ଙ୍କ ପ୍ରଶିକ୍ଷିତ ୨୪ ଜଣିଆ ଭାରତୀୟ ଦଳ ଉଭୟ ନୂଆ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ, ଯାହାକି ବେଶ୍‌ ସନ୍ତୁଳିତ । ଓଡ଼ିଶା ପ୍ରଶଂସକଙ୍କ ପାଖରେ ଆନନ୍ଦର ଅତିରିକ୍ତ କାରଣ ରହିଛି । କାରଣ, ଅଲିମ୍ପିଆନ୍‌ ଅମିତ ରୋହିଦାସଙ୍କ ସମେତ  ୫ ଜଣ ଓଡ଼ିଶା ଖେଳାଳି ଦଳରେ ସାମିଲ ଅଛନ୍ତି । ସେମାନେ ହେଉଛନ୍ତି ନିଲମ ସଞ୍ଜୀପ ଖେସ୍‌, ଅମନଦୀପ ଲାକ୍ରା, ଶିଳାନନ୍ଦ ଲାକ୍ରା ଓ ରୋଶନ କୁଜୁର । ବିଶେଷଭାବେ ବରିଷ୍ଠ ଦଳରେ ରୋଶନଙ୍କ ପଦାର୍ପଣ ହକିପ୍ରେମୀଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ଏହି ପ୍ରତିଯୋଗିତା ପାଇଁ ରାଉରକେଲା ସଜେଇ ହେଲାଣି । ବିଭିନ୍ନ କାନ୍ଥ, ପାଚେରିରେ ହକି ଥିମ୍‌ ସଂପର୍କିତ ଚିତ୍ର ଅଙ୍କନ କରାଯାଉଛି । ସର୍ବାଧିକ ଯୋଗଦାନ ସୁନିଶ୍ଚିତ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ଭର୍ଚୁଆଲ୍ ଟିକେଟିଂ ମାଧ୍ୟମରେ ପ୍ରଶଂସକମାନଙ୍କ ପାଇଁ ମାଗଣା ପ୍ରବେଶ ଘୋଷଣା କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ପ୍ରୋ-ଲିଗ୍‌ରେ ପଏଣ୍ଟ୍‌ ଓ ବିଶ୍ୱ ରୢାଙ୍କିଂ ବାଜିରେ ଥିବାରୁ ଆଗାମୀ ୬ ଦିନ ରାଉରକେଲାରେ ଉଚ୍ଚକୋଟୀର କ୍ରୀଡ଼ା ଦେଖିବାକୁ ମିଳିବା ନେଇ ହକିପ୍ରେମୀ ଆଶାବ୍ୟକ୍ତ କରିଛନ୍ତି ।

ଯେ କୌଣସି ପ୍ରକାର ଆହ୍ବାନ ପାଇଁ ଆମେ ପ୍ରସ୍ତୁତ: ହର୍‌ମନ୍‌ପ୍ରୀତ୍‌

ପ୍ରୋ-ଲିଗ୍‌ ପାଇଁ ଦଳର ପ୍ରସ୍ତୁତି ବିଷୟରେ ଆଜି ତିନି ଦଳରେ ଅଧିନାୟକ ମତ ରଖିଛନ୍ତି । ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ହକି ଦଳର ଅଧିନାୟକ ହର୍‌ମନ୍‌ପ୍ରୀତ ସିଂହ କହିଲେ, ଆମ ଦଳ ବେଶ୍‌ ସନ୍ତୁଳିତ, କାରଣ ଦଳରେ ଅନେକ ନୂଆ ମୁହଁ ଥିବାବେଳେ ଏକାଧିକ ଅନୁଭବୀ ଖେଳାଳି ରହିଛନ୍ତି । ସମସ୍ତେ ପର୍ଯ୍ୟାପ୍ତ ଅଭ୍ୟାସ ସୁଯୋଗ ପାଇଛନ୍ତି ଓ ଫିଟ୍‌ ଅଛନ୍ତି । ସଦ୍ୟ ସମାପ୍ତ ହକି ଇଣ୍ଡିଆ ଲିଗ୍‌ରେ ସମସ୍ତଙ୍କର ପ୍ରଦର୍ଶନ ଉଚ୍ଚମାନର ଥିଲା, ଯାହାକି ପ୍ରୋ-ଲିଗ୍‌ରେ ମଧ୍ୟ ବଳବତ୍ତର ରହିବାନେଇ ଆଶା ରହିଛି । ଏଠାରେ ୪ ମ୍ୟାଚ୍‌ ଖେଳିବାର ମାତ୍ର ସ୍ବଳ୍ପ ବ୍ୟବଧାନ ପରେ ପୁଣି ୪ଟି ମ୍ୟାଚ୍‌ ଖେଳିବୁ । ତେବେ ଯେ କୌଣସି ପ୍ରକାର ଆହ୍ବାନର ସମ୍ମୁଖୀନ ହେବାକୁ ଆମେ ପ୍ରସ୍ତୁତ । ଚଳିତବର୍ଷ ଆମ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । ଉନ୍ନତମାନର ପ୍ରଦର୍ଶନ ଅବ୍ୟାହତ ରଖିବାକୁ ପ୍ରୟାସ କରିବୁ । ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଖେଳିବାର ଅନୁଭୂତି ଓ ଦଳରେ ୫ ଜଣ ଓଡ଼ିଆ ଖେଳାଳି ସାମିଲ ହେବାନେଇ କହିଲେ, ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ ହେଉଛି ବିଶ୍ବର ଅନ୍ୟତମ ସର୍ବଶ୍ରେଷ୍ଠ । ଏଠାକାର ଦର୍ଶକ ସବୁବେଳେ ଆମକୁ ଆକୁଣ୍ଠ ସମର୍ଥନ ଦେଇଆସିଛନ୍ତି । ନିଜ ଜନ୍ମମାଟିରେ ୫ ଜଣ ସ୍ଥାନୀୟ ଖେଳାଳି ପଡ଼ିଆକୁ ଓହ୍ଲାଇବେ, ଯାହାକି ସେମାନଙ୍କ ପାଇଁ ନିଶ୍ଚିତଭାବେ ଗର୍ବ ଓ ଗୌରବର ବିଷୟ । ନିଜ ପରିବାର, ପ୍ରିୟଜନଙ୍କ ସମ୍ମୁଖରେ ଖେଳିବା ସେମାନଙ୍କ ପାଇଁ ଏକ ଶ୍ରେଷ୍ଠ ସୁଯୋଗ ହେବ । 

ସେହିଭଳି ବେଲ୍‌ଜିୟମ ଅଧିନାୟକ ଆର୍ଥର୍‌ ଭାନ୍‌ ଡୋରେନ୍‌ ଓ ମୁଖ୍ୟ ପ୍ରଶିକ୍ଷକ ସେନ୍‌ ମ୍ୟାକ୍‌ଲିଓଡ୍‌ କହିଲେ, ଆଗାମୀ ବିଶ୍ବକପ୍‌କୁ ନେଇ ଆମେ ରଣନୀତି ପ୍ରସ୍ତୁତ କରିଛୁ । ତେବେ ଏହି ପ୍ରୋ-ଲିଗ୍‌କୁ ହାଲୁକାଭାବେ ନେବୁନି । ଏଥିରେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିବା ହେଉଛି ଆମର ଲକ୍ଷ୍ୟ । 

ଆର୍ଜେଣ୍ଟିନା ଅଧିନାୟକ ମାତିଆସ୍‌ ରେ’ ଏବଂ ପ୍ରଶିକ୍ଷକ ଲୁକାସ୍‌ ରେ’ କହିଲେ, ଉଭୟ ନୂଆ ଓ ପୁରୁଣା ଖେଳାଳିଙ୍କ ସମ୍ମିଶ୍ରଣରେ ଦଳ ଗଠିତ । ପ୍ରତିଯୋଗିତାରେ ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe