କନକ ବ୍ୟୁରୋ:  ଟେଷ୍ଟ ପରେ ଟି-୨୦ରେ ବାଂଲାଦେଶକୁ ମାତ୍ ଦେଲା ଟିମ୍ ଇଣ୍ଡିଆ। ଦିଲ୍ଲୀରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ରେ ବାଂଲାଦେଶକୁ ୮୬ ରନରେ ହରାଇ ସିରିଜ କବଜା କରିଛି ସୂର୍ଯ୍ୟବାହିନୀ । ପ୍ରଥମ ଟି-୨୦ରେ ବିଜୟୀ ହୋଇଥିବା ଭାରତୀୟ ଦଳ ଦ୍ୱିତୀୟ ଟି-୨୦ରେ ମଧ୍ୟ ଏକତରଫା ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୨୨୧ ରନ୍ କରିଥିଲା। ନିତୀଶ ରେଡ୍ଡୀ ଓ ରିଙ୍କୁ ସିଂ ବିସ୍ଫୋରକ ବ୍ୟାଟିଂ କରି ବାଂଲାଦେଶ ସମ୍ମୁଖରେ ୨୨୨ ରନ ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲେ। ତେବେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୧୩୫ ରନ କରିବାକୁ ସକ୍ଷମ ହୋଇଥିଲା।

Advertisment

ମହିଳା ବିଶ୍ୱକପରେ ଭାରତର ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ । ୮୨ ରନରେ ଜିତିଛି ଟିମ ଇଣ୍ଡିଆ ଏବଂ ଜିତିବାର ସହ ରନରେଟ ମଧ୍ୟ ସୁଧାର ଆଣିଛି ଭାରତ । ଏହି ବିଜୟ ସହ ସେମି-ଫାଇନାଲ ଖେଳିବାର ଆଶାକୁ ଜିବିତ ରଖିଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୭୨ ରନର ବଡ ସ୍କୋର କରିଥିଲା । ଶ୍ରୀଲଙ୍କାର ବ୍ୟାଟର ମାନେ ଭାରତୀୟ ବୋଲରଙ୍କୁ ସଠିକ ମୁକାବିଲା କରିପାରିନଥିଲେ । ଶ୍ରୀଲଙ୍କା ମାତ୍ର ୯୦ରନରେ ଅଲ-ଆଉଟ ହୋଇଥିଲା  । 

ଧୂଆଁଧାର ଇନିଙ୍ଗସ ଖେଳିଥିଲେ ଅଧିନାୟକ ହରମନପ୍ରିତ କୈର ,୨୭ଟି ବଲରେ୫୨ ରନ କରି ଅପରାଜିତ ରହିଥିଲେ ହରମନପ୍ରିତ । ଭାରତ ପକ୍ଷରୁ ଶେଫାଳୀ ବର୍ମା ୪୩ ରନ୍ କରିଥିଲେ। ସେହିପରି ସ୍ମୃତି ମନ୍ଧାନା ୫୦ ରନ୍ କରିଥିଲେ। ହରମନପ୍ରିତ କୋର ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ ।