ନିଜେ ବଳିଦାନ ଦେଇ ମାଲିକଙ୍କ ଜୀବନ ବଞ୍ଚାଇଲା , ଫିନକୁ ମନେପକାଉଛି ସାରା ଦେଶ

ନିଜ ମାଲିକର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ଦେଇଦେଲା, ଆଜି ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ଫିନକୁ ଝୁରୁଛି ସାରା ଦେଶ

d-3

କନକ ବ୍ୟୁରୋ: କୁହାଯାଏ ସୃଷ୍ଟିର ସବୁଠୁ ବିଶ୍ବସ୍ତ ପଶୁ ହେଉଛି ଘୋଡ଼ା ତାପରେ କୁକୁର । ଅନେକ ସ୍ଥାନରେ କୁକୁର ନିଜ ଜୀବନ ଦେଇ ମାଲିକଙ୍କ ଜୀବନ ବଞ୍ଚାଇଥିବା ନଜିର ରହିଛି । ଏମିତି ଏକ ସାହସୀ ଓ ବିଶ୍ବସ୍ତ କୁକୁର ହେଉଛି ଜର୍ମାନ୍ ସେଫର୍ଡ କୁକୁର ଫିନ୍ ।

d-1

୨୦୧୬ର ଘଟଣା । ଇଂଲଣ୍ଡର ଷ୍ଟିଭନେଜ୍ ଅଞ୍ଚଳରେ ସେନାର ଅଧିକାରୀ ପିସି ଡେଭ୍ ୱାର୍ଡୱେଲ୍ ଯାଉଥିବାବେଳେ ବାଟରେ ତାଙ୍କ ଉପରେ ଆକ୍ରମଣ କରିବାକୁ ଜଣେ ଆତତାୟୀ ଜଗିଥିଲା । ହେଲେ ଏହା ଜାଣିପାରିଥିଲା କୁକୁର  ଫିନ୍ । ମାଲିକଙ୍କୁ ବଞ୍ଚାଇବାକୁ ଯାଇ ନିଜେ  ଶିକାରୀ ଉପରକୁ ଲମ୍ଫ ଦେଇଥିଲା । ଏହି ଘଟଣାରେ ଫିନର ମୁଣ୍ଡ ଓ ଛାତିରେ ଗଭୀର ଛୁରା ଆଘାତ ଲାଗିଥିଲା । ସର୍ଜରି ପରେ ବି ସେ ବଞ୍ଚିନଥିଲା। ହେଲେ ଫିନ୍ ଯୋଗୁଁ ବଞ୍ଚିଥିଲେ ୱାର୍ଡୱେଲ୍ ।

d-2

 ଏହି ଘଟଣାରେ ଫିନର ସାହାସୀ କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ୱାର୍ଡୱୋଲ । ଫିନର କାହାଣୀ ପୂରା ଇଂଲଣ୍ଡବାସୀଙ୍କ ମନକୁ ଛୁଇଁଥିଲା । ଏକ ଫଣ୍ଡ୍ ଜରିଆରେ ମାତ୍ର ୭୨ ଘଣ୍ଟାରେ ଫିନ୍ ପାଇଁ ଆଦାୟ ହୋଇଥିଲା ୪୦ ହଜାର ପାଉଣ୍ଡ ସହାୟତା । ଏହି ସହାୟତାରେ ଫିନର ଜୀବନ ସିନା ବଞ୍ଚିଲାନି । କିନ୍ତୁ ତା’ର ସ୍ମୃତିରେ ଏକ ସୁନ୍ଦର ବୋଞ୍ଜ ପ୍ରତିମୂର୍ତ୍ତି ତିଆରି ହେଲା । 

d-5

ସେନାରେ ସେବା ଯୋଗାଇବା ପରେ ବିରତି ନେଇଥିଲା ଫିନ୍ । ଆଉ ଜୀବନର ଶେଷ ଯାଏଁ ସେବା ହିଁ କରିଥିଲା । ଏହି ଘଟଣା ପରେ ୱାର୍ଡୱେଲ ସେନାରେ ସେବାକାରୀ କୁକୁରଙ୍କ ଜୀବନ ଓ ଦୁର୍ଘଟଣାରେ ଆହତ ହାଇଗଲେ ଚିକିତ୍ସା ହେବାକୁ ସ୍ବତନ୍ତ୍ର ସହାୟତା ଯୋଗାଇବାକୁ ତତ୍କାଳୀନ ସରକାରଙ୍କୁ ନିବେଦନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe