କନକ ବ୍ୟୁରୋ: କୁହାଯାଏ ସୃଷ୍ଟିର ସବୁଠୁ ବିଶ୍ବସ୍ତ ପଶୁ ହେଉଛି ଘୋଡ଼ା ତାପରେ କୁକୁର । ଅନେକ ସ୍ଥାନରେ କୁକୁର ନିଜ ଜୀବନ ଦେଇ ମାଲିକଙ୍କ ଜୀବନ ବଞ୍ଚାଇଥିବା ନଜିର ରହିଛି । ଏମିତି ଏକ ସାହସୀ ଓ ବିଶ୍ବସ୍ତ କୁକୁର ହେଉଛି ଜର୍ମାନ୍ ସେଫର୍ଡ କୁକୁର ଫିନ୍ ।
/filters:format(webp)/kanak/media/media_files/2025/07/29/d-1-2025-07-29-12-25-08.jpg)
୨୦୧୬ର ଘଟଣା । ଇଂଲଣ୍ଡର ଷ୍ଟିଭନେଜ୍ ଅଞ୍ଚଳରେ ସେନାର ଅଧିକାରୀ ପିସି ଡେଭ୍ ୱାର୍ଡୱେଲ୍ ଯାଉଥିବାବେଳେ ବାଟରେ ତାଙ୍କ ଉପରେ ଆକ୍ରମଣ କରିବାକୁ ଜଣେ ଆତତାୟୀ ଜଗିଥିଲା । ହେଲେ ଏହା ଜାଣିପାରିଥିଲା କୁକୁର ଫିନ୍ । ମାଲିକଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଶିକାରୀ ଉପରକୁ ଲମ୍ଫ ଦେଇଥିଲା । ଏହି ଘଟଣାରେ ଫିନର ମୁଣ୍ଡ ଓ ଛାତିରେ ଗଭୀର ଛୁରା ଆଘାତ ଲାଗିଥିଲା । ସର୍ଜରି ପରେ ବି ସେ ବଞ୍ଚିନଥିଲା। ହେଲେ ଫିନ୍ ଯୋଗୁଁ ବଞ୍ଚିଥିଲେ ୱାର୍ଡୱେଲ୍ ।
/filters:format(webp)/kanak/media/media_files/2025/07/29/d-2-2025-07-29-12-25-24.jpg)
ଏହି ଘଟଣାରେ ଫିନର ସାହାସୀ କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ୱାର୍ଡୱୋଲ । ଫିନର କାହାଣୀ ପୂରା ଇଂଲଣ୍ଡବାସୀଙ୍କ ମନକୁ ଛୁଇଁଥିଲା । ଏକ ଫଣ୍ଡ୍ ଜରିଆରେ ମାତ୍ର ୭୨ ଘଣ୍ଟାରେ ଫିନ୍ ପାଇଁ ଆଦାୟ ହୋଇଥିଲା ୪୦ ହଜାର ପାଉଣ୍ଡ ସହାୟତା । ଏହି ସହାୟତାରେ ଫିନର ଜୀବନ ସିନା ବଞ୍ଚିଲାନି । କିନ୍ତୁ ତା’ର ସ୍ମୃତିରେ ଏକ ସୁନ୍ଦର ବୋଞ୍ଜ ପ୍ରତିମୂର୍ତ୍ତି ତିଆରି ହେଲା ।
/filters:format(webp)/kanak/media/media_files/2025/07/29/d-5-2025-07-29-12-25-47.jpg)
ସେନାରେ ସେବା ଯୋଗାଇବା ପରେ ବିରତି ନେଇଥିଲା ଫିନ୍ । ଆଉ ଜୀବନର ଶେଷ ଯାଏଁ ସେବା ହିଁ କରିଥିଲା । ଏହି ଘଟଣା ପରେ ୱାର୍ଡୱେଲ ସେନାରେ ସେବାକାରୀ କୁକୁରଙ୍କ ଜୀବନ ଓ ଦୁର୍ଘଟଣାରେ ଆହତ ହାଇଗଲେ ଚିକିତ୍ସା ହେବାକୁ ସ୍ବତନ୍ତ୍ର ସହାୟତା ଯୋଗାଇବାକୁ ତତ୍କାଳୀନ ସରକାରଙ୍କୁ ନିବେଦନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/29/d-3-2025-07-29-12-24-57.jpg)