କନକ ବ୍ୟୁରୋ: ନିର୍ବାଚନ ସରିବା ପରେ ଏବେ ସଦସ୍ୟ ସଂଗ୍ରହ ଅଭିଯାନରେ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି। ନୂଆ ଓ ଯୁବ ଭୋଟରଙ୍କୁ ଯୋଡ଼ିବା ପାଇଁ ବିଜେପି ଟାର୍ଗେଟ କରିଥିବା ବେଳେ ୧ କୋଟି ଭୋଟର ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ବିଜେଡି।
ନିର୍ବାଚନ ସରୁ ସରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି, ବିଜେପି ନିଜ ସଙ୍ଗଠନ ବଢାଇବାକୁ ସଜବାଜ ହୋଇଛନ୍ତି । ବିଜେପି ସଦସ୍ୟତା ଅଭିଯାନ ଜୋରସୋରରେ ଚାଲିଛି । ବିଜେପି ୧କୋଟି ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି। ବିଶେଷକରି ଆଗାମୀ ଦିନରେ ୨୦ ଲକ୍ଷ ଯୁବ ଭୋଟରଙ୍କୁ ଟାର୍ଟେଗ କରିଛି ବିଜେପି ଯୁବ ମୋର୍ଚ୍ଚା । ନୂଆ ଭୋଟରଙ୍କୁ ବିଜେପିରେ ସାମିଲ କରିବାକୁ ଯୋଜନା କରିଛି ଦଳ ।
-ରାଜ୍ୟର ସମସ୍ତ କଲେଜ କ୍ୟାମ୍ପସ, ହଷ୍ଟେଲ ଯାଇ ଯୁବବର୍ଗଙ୍କୁ ସାମିଲ କରିବାକୁ ଯୋଜନା
-ଡିଗ୍ରୀ କଲେଜ, ବିଶ୍ବବିଦ୍ୟାଳୟ, କୋଚିଂ ସେଂଟରରେ କ୍ୟାମ୍ପ
-ୟୁଥ କ୍ଲବ, ଖେଳ ପଡିଆ, ରେଳଷ୍ଟେସନ, ବସଷ୍ଟାଣ୍ଡରେ ସଦସ୍ୟତା ଅଭିଯାନ ଚାଲିବ
-ପୂଜା ପେଣ୍ଡାଲରେ ସଦସ୍ୟ ଗ୍ରହଣ କରାଯିବ
-ଯେଉଁ ଜାଗାରେ ପୂଜା ହେବ ସେଠାରେ ସଦସ୍ୟତା କ୍ୟାମ୍ପ ହେବ
ବିଜେଡିର ଟାର୍ଗେଟ ୧ କୋଟି ସଦସ୍ୟ
କନ୍ଦଳ ଭିତରେ କେମିତି ଆସିବେ ନୂଆ ଭୋଟର?
ବିଜେପି ଭଳି ବିଜେଡି ରାଜ୍ୟରେ ଏକ କୋଟି ଭୋଟର ଯୋଡିବାକୁ ଲକ୍ଷ୍ୟ ରଖିଛି । ଅକ୍ଟୋବର ୯ରୁ ଡିସେମ୍ୱର ୯ ଦୁଇ ମାସ ଧରି ଚାଲିବ ବିଜେଡିର ସଦସ୍ୟତା ଅଭିଯାନ ।
-୧ କୋଟି ଭୋଟରଙ୍କୁ ଟାର୍ଗେଟ
-ଯୁବ ଭୋଟରଙ୍କ ଉପରେ ଆଖି
-ପଂଚାୟତ, ୱାର୍ଡ ଓ ତୃଣମୂଳ ସ୍ତରକୁ ଯିବ ଦଳ
-ପଂଚାୟତ ଓ ପୌର ନିର୍ବାଚନକୁ ରଖି ବିଜେଡି କରୁଛି ରଣନୀତି
ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି କାୟା ବୃଦ୍ଧି ପାଇଁ ରଣନୀତି କରିଛନ୍ତି । ସଦସ୍ୟତା ଆଳରେ ଦଳକୁ ସଙ୍ଗଠିତ କରିବାକୁ ଚାଲିଛି ଯୋଜନା ।