କନକବ୍ୟୁରୋ : ଆରମ୍ଭ ହୋଇଛି ପାର୍ବଣ ୠତୁ। ସେଥିପାଇଁ କେବଳ ଯେ ସହର ବଜାର ଚଳଚଞ୍ଚଳ, ତାହା ନୁହେଁ । ଏହି ପାର୍ବଣ ପାଇଁ ଏବେ ପ୍ରସ୍ତୁତ ହେଲେଣି ବିଭିନ୍ନ ପ୍ରକାର ମେଲୋଡି ଦଳ ।
ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ। ମାଆଙ୍କ ଧରାବତରଣ ସହ ଏହି ପାର୍ବଣ ଅନେକଙ୍କୁ ଜୀବନ ଜୀବିକା ପାଇଁ ନୂଆ ରାହା ଯୋଗାଇ ଥାଏ। ପାର୍ବଣ ଋତୁରେ ଦୁଇ ପଇସା ରୋଜଗାର ଆଶାରେ ଏବେ ଠାରୁ ପ୍ରସ୍ତୁତ ହେଲେଣି ମେଲୋଡି ଦଳ । ବ୍ରହ୍ମପୁର ସହରରେ ରହିଛି ଗୋଟିଏ ମେଲୋଡି ଦଳ ଯାହା ଏହି ପାର୍ବଣ ୠତୁ ପାଇଁ ଏବେ ଦିନ ରାତି ଏକ କରି ପ୍ରସ୍ତୁତି ହେଉଛନ୍ତି ।
ବ୍ରହ୍ମପୁରର ଏହି ମେଲୋଡି ଦଳ କେବଳ ଯେ ଗଞ୍ଜାମ ପାଇଁ ପ୍ରସିଦ୍ଧ ତାହା ନୁହେଁ। ଜିଲ୍ଲା ବାହାରେ ଓ ରାଜ୍ୟ ବାହାରେ ଆନ୍ଧ୍ରକୁ ମଧ୍ୟ କଲ୍ରେ ଯାଇଥାନ୍ତି। ସବୁଠାରୁ ବଡ଼ କଥା ହେଲେ , ଏହି ମେଲୋଡି ଦଳର ଚାହିଦା ବିଶେଷ କରି ପାର୍ବଣ ସମୟରେ ଅଧିକ ଥାଏ। ତେଣୁ ଏହି ସମୟରେ ଏମାନେ ଲୋକଙ୍କ ମନୋରଞ୍ଜନ କରିବା ସହ ନିଜେ ବଞ୍ଚିବାର କିଛି ସୁବିଧା ପାଇଥାନ୍ତି । ମେଲୋଡି ଦଳ ଗୁଡ଼ିକ ଲୋକଙ୍କ ହୃଦୟକୁ ଛୁଇଁଲା ପରି ବିଭିନ୍ନ ଭାଷାର ଗୀତ ଅଭ୍ୟାସରେ ଲାଗି ପଡ଼ୁଛନ୍ତି। ଲୋକଙ୍କୁ ଆନନ୍ଦିତ କରିବା ସହ ନିଜେ ବଞ୍ଚିବାର ମାଧ୍ୟମରେ ଲାଗିପଡିଛନ୍ତି କଳାକାର ।