କନକ ବ୍ୟୁରୋ: ସେଲ, ରାଉରକେଲା ଇସ୍ପାତ କାରଖାନାର ସିଏସଆର ବିଭାଗ ଦ୍ବାରା ଏକ ମତବିତୀୟ କାର୍ଯ୍ୟକ୍ରମ, 'ମେଲ ମିଲାପ' ଅନୁଷ୍ଠିତ ହୋଇଥିଲା । ସିଏସଆର କାର୍ଯ୍ୟଧାରାରେ 'ଜନ ସହଭାଗିତା' ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଅଧିବେଶନରେ ସିଏସିଆର ବିଭାଗର ବିଏମ ଇନ ଚାର୍ଜ, ସୁଶ୍ରୀ ସୁସ୍ସୁକ୍ ମିତ ମତବିନିମୟ କରି ଆରଏସପି ସିଏସଆର ବିଭାଗ ଦ୍ବାରା ସମ୍ପନ୍ନ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିବା ସହିତ ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ସିଏସଆର ବିଭାଗର ଜିଏମ ଶ୍ରୀ ବିଭାବସୁ ମଲିକ, ଡ଼ିଜିଏମ ଶ୍ରୀ ଟି ବି ଟ ଙ୍କ ସହିତ ସିଏସଆର ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ସୁଶ୍ରୀ ଅନିତା ଚିର୍କୀ ଏବଂ ୧୦ ଜନ ୱାର୍ଡ ମେମ୍ବର ଯୋଗ ଦେଇଥିଲେ ।
ମତବିନିମୟ ଅବସରରେ ଅଂଶଗ୍ରହଣକାରୀମାନେ ଆରଏସପି ଦ୍ବାରା ପ୍ରଦତ୍ତ ସହଯୋଗର ପ୍ରଶଂସା କରିଥିଲେ। ଆରଏସପିର ବିଭିନ୍ନ ସିଏସ୍ଆର୍ ପ୍ରୟାସ ଯଥା ସିଏସଆର ଅଧୀନସ୍ଥ ବିଭିନ୍ନ ତାଲିମ, ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ ସେବା ସୁବିଧା, ଜୀବିକା ପାଇଁ କୃଷି ତାଲିମ ଏବଂ ଲୁପ୍ ଆଉଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଧନ୍ଦାମୂଳକ ତାଲିମ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ଜନସାଧାରଣଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଅନ୍ୟାନ୍ୟ ଆବଶ୍ୟକତା ଭିତ୍ତିକ କାର୍ଯ୍ୟକ୍ରମ ଯେପରିକି ବାଉଁଶ ଶିଳ୍ପ, ଘୁଷୁରୀ, କୁକୁଡ଼ା ପାଳନ ଏବଂ ଫୁଲଚାଷ ଭଳି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଗ୍ରାମୀଣ ଅଞ୍ଚଳରେ ଇସ୍ପାତ ବ୍ୟବହାରରେ ବୃଦ୍ଧି ଆଣିବା ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା ।
ଅଂଶଗ୍ରହଣକାରୀମାନେ ସିଏସଆର ପ୍ରୟାସ ମାଧ୍ଯମରେ ଆରଏସପିର ବିଭିନ୍ନ ହସ୍ତକ୍ଷେପ ବିଷୟରେ ସନ୍ତୋଷ ବ୍ୟକ୍ତ କରିଥିଲେ । ସମ୍ବଳର ସର୍ବଶ୍ରେଷ୍ଠ ଉପଯୋଗ ତଥା ଆବଶ୍ୟକତା ଭିଭିକ ପ୍ରୟାସ ଗ୍ରହଣ ପାଇଁ ସିଏସଆର ଅଧୀନରେ ନୂତନ ପ୍ରକଳ୍ପ ଗ୍ରହଣ କରିବାକୁ ସମ୍ପ୍ରତି ପ୍ରଚେଷ୍ଟା ଚାଲିଛି । ପ୍ରାରମରେ ଶ୍ରୀ ମଲ୍ଲିକ ସମାବେଶକୁ ସ୍ଵାଗତ କରିଥିଲେ ଏବଂ ଏହି କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ବର୍ଣ୍ଣନା କରିଥିଲେ । ସିନିୟର ସେକ୍ସକ ଅଫିସର (ସିଏସଆର) ଶ୍ରୀ ବେକେଡ୍ରିକ୍ଟ ଏକ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।