କନକବ୍ୟୁରୋ : ପଳାତକ ହୀରା ବ୍ୟବସାୟୀ ମେହୁଲ  ଚୋକସି ଗିରଫ । ବେଲଜିୟମରେ ଗିରଫ ହୋଇଥିବା ନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ନେଇ ଭାରତର ଅନୁରୋଧ କ୍ରମେ ତାଙ୍କୁ ବେଲଜିୟମ ପୋଲିସ   ଗିରଫ କରିଛି ।

Advertisment

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କା ଋଣ ଠକେଇ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ମେହୁଲ  ଚୋକସିଙ୍କୁ ଶନିବାର ଗିରଫ ହୋଇଥିବା ବେଳେ ସେ ଜେଲରେ ଅଛନ୍ତି । ଭାରତ ଛାଡି ପଳାଇବା ପରେ ମୁମ୍ବାଇ କୋର୍ଟ ଦୁଇ ଥର ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲା । ମେ, ୨୦୧୮ ଏବଂ ଜୁନ, ୨୦୨୧ ମେହୁଲ ଚୋକସିଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ।

ଗୁଜରାଟରୁ ଠକେଇ ବେଲଜିୟମରୁ ଗିରଫ 
-୨୦୨୧ ଶେଷ ଭାଗରେ ମେହୁଲ ଆଣ୍ଟିଗୁଆରୁ ଫେରାର ହୋଇଯାଇଥିଲେ
-ସିବିଆଇ ପଳାତକଙ୍କୁ ନେଇ ଦୁଇ ମାସ ଧରି ବେଲଜିୟମ ଏଜେନ୍ସି ସହ ଯୋଗାଯୋଗରେ ଥିଲେ
-ଯାହା ପରେ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
-ପଳାତକ ମେହୁଲ ଏବେ ପୋଲିସ ହେପାଜତରେ ଅଛି 
-ଖରାପ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ସେ ଜାମିନ ଆବେଦନ କରିପାରନ୍ତି 
-ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ  ଦୁର୍ନୀତିର ମାଷ୍ଟରମାଇଣ୍ଡ ମେହୁଲ ଚୋକସି 
-ପୁତୁରା ନୀରବ ମୋଦି ୧୩,୮୫୦ କୋଟି ରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ 
-ମେହୁଲ ବେଲଜିୟମରେ ରହିବା ପାଇଁ ଅନୁମତି ମାଗିଥିଲେ।
-ଭାରତରୁ ପଳାୟନ କରି ବେଲଜିୟମ ଯିବା ପୂର୍ବରୁ ସେ ଆଣ୍ଟିଗୁଆ ଓ ବାର୍ବାଡସରେ ରହୁଥିଲେ
-ତାଙ୍କ ପତ୍ନୀ ପ୍ରୀତି ଚୋକସି ବେଲଜିୟମର ନାଗରିକ
- ମେହୁଲ ବେଲଜିୟମରେ ରହିବା ପାଇଁ 'ଏଫ୍ ରେସିଡେନ୍ସି କାର୍ଡ' ହାସଲ କରିଥିଲା ମେହୁଲ 
-ନିଜର ଭାରତୀୟ ଓ ଆଣ୍ଟିଗୁଆ ନାଗରିକତା ପ୍ରକାଶ କରିନଥିବା ଅଭିଯୋଗ ହୋଇଛି
-ଆବେଦନ ପ୍ରକ୍ରିୟା ସମୟରେ ସେ ନିଜର ନାଗରିକତାକୁ ଭୁଲ ଭାବେ ଦର୍ଶାଇଥିଲେ
--