କନକ ବ୍ୟୁରୋ :  ପହଲଗାମ ଆତଙ୍କୀ ହମଲା ଉପରେ କନକ ନ୍ୟୁଜକୁ ମେହବୁବା ମୁଫତିଙ୍କ ସ୍ବତନ୍ତ୍ର ସାକ୍ଷାତକାର । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ଆଉ କହିଛନ୍ତି, ଏବେ ଭାରତ ସରକାରଙ୍କ କୋର୍ଟରେ ବଲ ଅଛି । ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବାକୁ କେନ୍ଦ୍ର ଯାହା ନିଷ୍ପତ୍ତି ନେବେ ଗ୍ରହଣୀୟ ।

Advertisment

କହିରଖୁ କି ମେହବୁବା ମୁଫତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ । ତାଙ୍କ ଦଳ ପିଡିପି ସରକାରରେ ଥିବା ବେଳେ ଜମ୍ମୁ-କାଶ୍ମୀରରେ ମଧ୍ୟ ଅନେକ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି । ହେଲେ ପହଲଗାମ ଆକ୍ରମଣ ପରେ କେବଳ ମୁଫତି ନୁହଁନ୍ତି ସମସ୍ତ ବିରୋଧୀ ଦଳ ସରକାରଙ୍କ ସହ ଠିଆ ହୋଇଛନ୍ତି ।