କନକ ବ୍ୟୁରୋ: ଶ୍ରୀମନ୍ଦିର ମେଘନାଦ ପ୍ରାଚୀରର ତୁରନ୍ତ ସ୍ଥାୟୀ ମରାମତି ଏବଂ ପୁନରୁଦ୍ଧାର କରିବାକୁ ଏଏସଆଇକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହାସହ ପ୍ରାଚୀରର ଏକ ସାମଗ୍ରିକ ବୈଜ୍ଞାନିକ ସର୍ଭେ କରିବାକୁ ଏଏସଆଇ ଅଧୀକ୍ଷକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ମେଘନାଦ ପ୍ରାଚୀରରେ ଫାଟ ସହ ପାଣି ଝରୁଥିବା ନେଇ କନକ ନ୍ୟୁଜରେ ପ୍ରଥମ ଖବର ପ୍ରସାରଣ ହୋଇଥିଲା। ଏହାପରେ ମେଘନାଦ ପାଚେରୀର ମରାମତି ପାଇଁ ତତ୍ପରତା ଦେଖାଇଛି ମନ୍ଦିର ପ୍ରଶାସନ। ଶିଉଳି ଛଡାଇବା ସହ ପାଣି ଝରିବା ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି। ଆନନ୍ଦ ବଜାରର ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ମଧ୍ୟ ଟେଣ୍ଡର ପ୍ରକ୍ରିୟା ସରିଛି। ମରାମତି କାର୍ଯ୍ୟରେ ଏଏସଆଇକୁ ପୂରା ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି ମନ୍ଦିର ପ୍ରଶାସନ ।