କନକବ୍ୟୁରୋ : ବିପଦରେ ମେଘନାଦ ପାଚେରି । ଏକାଧିକ ସ୍ଥାନରେ ଫାଟ। ଅନବରତ ଝରୁଛି ପାଣି । ସିଂହଦ୍ବାର ସମ୍ମୁଖ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । କେବଳ ସେତିକି ନୁହଁ ୫୦ରୁ ଅଧିକ ସ୍ଥାନରୁ ଝରଣା ଭଳି ଅନର୍ଗଳ ପାଣି ଗଳୁଥିବା ଦେଖିବାକୁ ମିଳିଛି । ଯାହା ମେଘନାଦ ପାଚେରିକୁ ଭୁଶୁଡାଇ ଦେବା ଆଶଙ୍କା କରାଯାଉଛି । ଏଭଳି ଫାଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ଫଳକ ପଛ ପାର୍ଶ୍ବରେ ଦେଖିବାକୁ ମିଳିଥିଲା। ତଥାପି ଏହା ଉପରେ କାହାରି ନଜର ନାହିଁ ।