ମୋହରା ଥିଲା ରାଜ କୁଶବାହ : ଆଉ କାହାକୁ ପ୍ରେମ କରୁଥିଲା ସୋନମ !

ଯେତେବେଳେ ଲାଗୁଛି ଯେ ହଁ ସବୁ ପ୍ରମାଣ ମିଳିଗଲା ଠିକ ସେତିକିବେଳେ ଆଉ ଏକ ରହସ୍ୟ ଉପରୁ ପରଦା ହଟୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ପ୍ରମାଣ ଅନୁସାରେ ସୋନମ ହିଁ ରାଜ କୁଶବାହ ଏବଂ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କ ସଙ୍ଗେ ମିଶି ରାଜାଙ୍କୁ ମାରିଛନ୍ତି ବୋଲି ଜଣାପଡ଼ିଛି ।

Meghalaya case

Meghalaya case Photograph: (Kanak News)

କନକ ବ୍ୟୁରୋ : ମେଘାଳୟରେ ଘଟିଥିବା ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ପ୍ରତିଦିନ ନୂଆ ନୂଆ ତଥ୍ୟ ପୁଲିସ ହାତରେ ଲାଗୁଛି । ପତ୍ନୀ ସୋନମଙ୍କ ସମେତ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତ ପୁଲିସ ହେପାଜତରେ ଅଛନ୍ତି । ଯେତେବେଳେ ଲାଗୁଛି ଯେ ହଁ ସବୁ ପ୍ରମାଣ ମିଳିଗଲା ଠିକ ସେତିକିବେଳେ ଆଉ ଏକ ରହସ୍ୟ ଉପରୁ ପରଦା ହଟୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ପ୍ରମାଣ ଅନୁସାରେ ସୋନମ ହିଁ ରାଜ କୁଶବାହ ଏବଂ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କ ସଙ୍ଗେ ମିଶି ରାଜାଙ୍କୁ ମାରିଛନ୍ତି ବୋଲି ଜଣାପଡ଼ିଛି । କିନ୍ତୁ ପୁଲିସ ଏବେ ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବାର ସନ୍ଦେହ କରୁଛି ।

Megha
Megha Photograph: (google)

ସୂତ୍ର ଅନୁସାରେ ରାଜ କୁଶବାହ କେବଳ ମୋହରା ଥିଲା,ଯାହାକୁ ରାଜା ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିଲା । ସୋନମ ନିଜକୁ ନିର୍ଦ୍ଦୋଶ ଦେଖାଇବା ପାଇଁ ରାଜକୁ ମାଷ୍ଟରମାଇଣ୍ଡ ବୋଲି କହୁଛି । ଅନ୍ୟପକ୍ଷରେ ରାଜ ମଧ୍ୟ ସୋନମକୁ ହିଁ ଷଡ୍‌ଯନ୍ତ୍ରକାରୀ ବୋଲି କହୁଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୋନମ ହିଁ ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ରାଜକୁ କେବଳ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଛି । ସବୁ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୋନମ ସମସ୍ତଙ୍କୁ ମିଛ କହି ରାଜାକୁ ମାରିବା ପାଇଁ ପ୍ରିପ୍ଲାନ୍ କରିଥିଲା ଏବଂ ଅଭିଯୁକ୍ତଙ୍କୁ ହତ୍ୟାକାଣ୍ଡରେ ବ୍ୟବହାର କରିଥିଲା । ରାଜକୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଅନ୍ୟମାନଙ୍କୁ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲା ସୋନମ । ତେବେ ରାଜକୁ ସୋନମର ବଏଫ୍ରେଣ୍ଡ୍ ବୋଲି କୁହାଯାଉଛି । କିନ୍ତୁ ପୁଲିସକୁ ସନ୍ଦେହ ହେଉଛି ଯେ ସୋନମ ରାଜ ସହ ନୁହେଁ ଅନ୍ୟ କାହା ସହ ଫେରାର ହେବାକୁ ପ୍ଲାନ୍ କରିଥିଲା । ସୋନମର ଚତୁରତାକୁ ବୋଧହୁଏ ରାଜ ପ୍ରେମ ବୋଲି ଭାବୁଥିଲା ସେଥିପାଇଁ ଜଣଙ୍କ ଜୀବନ ନେବାକୁ ମଧ୍ୟ ପଛାଇଲା ନାହିଁ । ତେବେ ଏହି ହତ୍ୟାକାଣ୍ଡରେ ତୃତୀୟ ବ୍ୟକ୍ତିଜଣକ କିଏ ତାହାର ଖୁଲାସା ହେବା ବାକି ରହିଛି । 

ସୋନମର ପରିବାର ଏବଂ ତାଙ୍କ କମ୍ପାନିରେ କାମ କରୁଥିବା ଲୋକ ବାରମ୍ବାର କହୁଛନ୍ତି ଯେ ରାଜ ଏବଂ ସୋନମଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ବନ୍ଧ ନଥିଲା । ସୋନମ ରାଜଙ୍କ ହାତରେ ୩ ବର୍ଷ ହେଲା ରାକ୍ଷୀ ବାନ୍ଧିବା ସହ ଭାଇ-ଭଉଣୀ ବୋଲି ମଧ୍ୟ ଡାକୁଥିଲେ । ଏଭଳି ସମୟରେ ପ୍ରଶ୍ନ ଉଠୁଛି ଯଦି ସୋନମ ଏବଂ ରାଜଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ବନ୍ଧ ନଥିଲା ତାହେଲେ ସେ କାହିଁକି ଏବଂ କାହା ପାଇଁ ରାଜାଙ୍କ ଜୀବନ ନେଲେ? ଶିଲଂ ପୁଲିସ ଏବେ ଅପରାଧୀଙ୍କୁ ନେଇ ସିନ୍ ରିକ୍ରିଏଟ୍ କରୁଛି ଏବଂ ଅଧିକ ପ୍ରମାଣ ଏକାଠି କରିବା ପାଇଁ ପ୍ରୟାସ ଚଳାଇଛି । ଏହାପରେ ଅଭିଯୁକ୍ତଙ୍କୁ ଇନ୍ଦୋର ଆଣିବାର ଯୋଜନା ରହିଛି । ରାଜାର ହତ୍ୟା ପରେ ସୋନମ ଇନ୍ଦୋରରେ କେଉଁଠିକୁ ଗଲେ ଏବଂ କାହା କାହା ସହ ମିଶିଲେ ଏହାରି ଉପରେ ତଦନ୍ତ ଚଲାଇଛି ପୁଲିସ । କୁହାଯାଉଛି କି ଯେତେବେଳେ ହେପାଜତରେ ସୋନମକୁ ରାଜ ସହ ପୁଲିସ ଭିଡିଓ କଲ୍ କରି ଦେଖାଇଥିଲା ଦୁହେଁ ବହୁତ କାନ୍ଦିଥିଲେ । ତା’ପରେ ସୋନମ ସବୁ ସତ ମାନିଥିଲା । ତେବେ ସମ୍ପୂର୍ଣ୍ଣ ଘଟଣା ଉପରୁ କେବେ ପରଦା ହଟୁଛି ଏବଂ ରାଜାଙ୍କ ଭଳି ଜଣେ ନିଷ୍ପାପ ଯୁବକଙ୍କୁ କେବେ ନ୍ୟାୟ ମିଳୁଛି ତାହା ସମୟ କହିବ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe