କନକ ବ୍ୟୁରୋ : ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ରାୟଗଡା ପୁଲିସ ପକ୍ଷରୁ ଅଟକ । ଆଜି କାଶୀପୁର ବ୍କକର ସୁଙ୍ଗେର ହାଟପଦାରେ ପାଳନ ହେବାକୁ ଥିଲା ବିଶ୍ବ ପରିବେଶ ଦିବସରେ ଯୋଗଦେଇଥାନ୍ତେ । ସିଜିମାଳି ଖଣି ଖନନକୁ ବିରୋଧ କରି ଆୟୋଜନ ହେବାକୁ ଥିଲା ସମାବେଶ, ମେଧା ପାଟେକରକୁ ନିର୍ଜନ ସ୍ଥାନରେ ରଖି କାର୍ଯ୍ୟକ୍ରମକୁ ନଯିବା ପାଇଁ ବୁଝାସୁଝା କରୁଛି ପୁଲସ । ବିଶ୍ୱ ପରିବେଶ ଦିବସ ଅବସରରେ "ମା ମାଟି ମାଳି ସୁରକ୍ଷା ମଞ୍ଚ" ନେତୃତ୍ୱରେ ସୁଙ୍ଗେରରେ ହେବାକୁ ଯାଉଥିବା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ ନେତୃତ୍ବମାନଙ୍କୁ ରାୟଗଡ଼ା ଷ୍ଟେସନରେ ଅଟକ ରଖାଯାଇଛି । ବିଶିଷ୍ଟ ନାରୀ ନେତ୍ରୀ ମେଧା ପାଟେକର, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ନେତା ଲିଙ୍ଗରାଜ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ଆବାହକ ନରେନ୍ଦ୍ର ମହାନ୍ତି ଓ ଜୟ କିଷାନ୍ ଆନ୍ଦୋଳନର ହର ବଣିଆ ପ୍ରମୁଖ ଏହି ଦଳରେ ଅଛନ୍ତି ।
ପରିବେଶବିଦ୍ ମେଧା ପାଟେକରଙ୍କୁ ରାୟଗଡ଼ାରେ ଅଟକ : ଜାଣନ୍ତୁ କାହିଁକି
ବିଶ୍ୱ ପରିବେଶ ଦିବସ ଅବସରରେ "ମା ମାଟି ମାଳି ସୁରକ୍ଷା ମଞ୍ଚ" ନେତୃତ୍ୱରେ ସୁଙ୍ଗେରରେ ହେବାକୁ ଯାଉଥିବା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ ନେତୃତ୍ବମାନଙ୍କୁ ରାୟଗଡ଼ା ଷ୍ଟେସନରେ ଅଟକ ରଖାଯାଇଛି ।
/kanak/media/media_files/2025/06/05/APogaeBvEgV5lBsUAiVS.jpg)