ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ ଲକ୍ଷ୍ୟ, ସମ୍ବଲପୁରରେ ଆସ ସ୍କୁଲ ଯିବା ନାଁରେ ବିରାଟ ପଦଯାତ୍ରା

ଏଥିରେ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ  କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି । ଜିଏମ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ସଭାରେ ସ୍କୁଲ ଯିବା ପାଇଁ ଏବଂ ଡ୍ରପଆଉଟ ସଂଖ୍ୟା କମାଇବା ପାଇଁ ପିଲାଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଶେଷରେ ଛାତ୍ରଛାତ୍ରୀଙ୍କ ସହ ନାଚିଥିଲେ ଓ ତାଙ୍କୁ ଉତ୍ସାହିତ କରିଥିଲେ ।

20

କନକ ବ୍ୟୁରୋ : ସମ୍ବଲପୁରରେ ଆୟୋଜିତ ହୋଇଛି ପଦଯାତ୍ରା । ‘ଆସ ସ୍କୁଲ ଯିବା’ ନାଁରେ ଏହି ପଦଯାତ୍ରା ସମ୍ବଲପୁର ରିଜର୍ଭ ପୋଲିସ ପଡିଆରୁ ବାହାରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ  ଯାଇଥିଲା । ଏଥିରେ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ  କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି । ଜିଏମ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ସଭାରେ ସ୍କୁଲ ଯିବା ପାଇଁ ଏବଂ ଡ୍ରପଆଉଟ ସଂଖ୍ୟା କମାଇବା ପାଇଁ ପିଲାଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଶେଷରେ ଛାତ୍ରଛାତ୍ରୀଙ୍କ ସହ ନାଚିଥିଲେ ଓ ତାଙ୍କୁ ଉତ୍ସାହିତ କରିଥିଲେ । ଅଧାରୁ ପାଠ ଛାଡୁଥିବା, ଆଦୌ ନାମ ଲେଖାଉନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟବ୍ୟାପୀ ଏହି ଅଭିଯାନ ଆରମ୍ଭ କରାଯାଇଛି । ସମ୍ବଲପୁର ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୬ ହଜାର ପିଲା ପାଠ ପଢୁଥିବା ବେଳେ ୩ ହଜାର ପିଲା ସ୍କୁଲ ଯାଉନଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ସହ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମଧ୍ୟ ଯୋଗ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe