କନକ ବ୍ୟୁରୋ: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜୟପୁର ବନ ବିଭାଗର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଖୋଲୁଛି ଦୁର୍ନୀତିର ଗୁମର । ରାମଚନ୍ଦ୍ର କେମିତି ଏତେ ସମ୍ପତ୍ତିର ମାଲିକ ହେଲେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ । ବୋରିଗୁମ୍ମା ରେଞ୍ଜରଙ୍କ ଜୟନ୍ତୀଗିରିରେ ଥିବା ମେଗା ନର୍ସରୀରେ ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥରୁ ଲକ୍ଷାଧିକ ଟଙ୍କା କୁବେର ବାବୁଙ୍କ ପକେଟକୁ ଯାଇଥିବା ଅଭିଯୋଗ ହୋଇଛି ।
୧୨ ବର୍ଷ ତଳେ ଜାପାନ ଅନୁଦାନରେ ଜାଇକା ଅଧିନରେ ଏଠାରେ ୪ କୋଟିରୁ ଅଧିକ ଟଙ୍କାରେ ତିଆରି ହୋଇଥିଲା ମେଗା ନର୍ସରୀ । ୨୫ ଏକର ଜମିରେ ତିଆରି ହୋଇଥିଲା ନର୍ସରୀ । ଗେଷ୍ଟ ହାଉସ ଅଛି କିନ୍ତୁ ଏହା ଖତଗଦା ହୋଇପଡ଼ିଛି । ପୂରା ନର୍ସରୀ ଜଙ୍ଗଲ ହୋଇପଡ଼ିଛି । ଏହି ନର୍ସରୀ ଦାୟିତ୍ବରେ ଥିଲେ ରାମଚନ୍ଦ୍ର ନେପାକ । ବହୁ ଦିନ ଧରି ବୋରିଗୁମାରେ ଆଡ୍ଡା ଜମାଇଥିଲେ ।
- ଗଛକାଟି କୋଟିକୋଟି ଆଦାୟ!
- ଯୁଆଡ଼େ ଯାଉଥିଲେ ଦୁର୍ନୀତି କରୁଥିଲେ!
କେବଳ ନର୍ସରୀ ନୁହେଁ ଯୁଆଡ଼େ ଯାଉଥିଲେ ଟଙ୍କା ହଡ଼ପ କରୁଥିଲେ ରାମଚନ୍ଦ୍ର ନେପାକ । ବୈପାରୀଗୁଡ଼ା ବ୍ଲକ ସିରିଗୁଡା ଘୋଡ଼ାଘାଟ ଗାଁରେ ଅଭିଯୋଗ ହୋଇଛି , ଏଠାରୁ ମୂଲ୍ୟବାନ ଗଛ ବେଧଡ଼କ କଟାଯାଇ ରାତାରାତି ବିକ୍ରି ହେଉଥିଲା । ଆଉ ଏହାର କାର୍ପଟଦାର ଥିଲେ ଡେପୁଟି ରେଞ୍ଜର । ବାବୁ ଜଣକ ଯେଉଁ ସ୍ଥାନକୁ ଯାଉଥିଲେ ଏଭଳି କାରନାମା କରୁଥିଲେ । କିନ୍ତୁ ଏ ବାବଦରେ କେହି ମୁହଁ ଖୋଲିବାକୁ ନାରାଜ । ଭିଜିଲାନ୍ସ ବାବୁଙ୍କୁ ଗିରଫ କରିବା ପରେ ଏବେ ସବୁ କଥା ପଦାକୁ ଆସିବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/07/27/deputy-ranger-2025-07-27-20-59-29.png)