କନକ ବ୍ୟୁରୋ : ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ବାଡ୍ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି । ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସ୍ବାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଜାତିସଂଘର ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ୪ ଦେଶ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ଭାରତ ସହମତି ହୋଇଛନ୍ତି । ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ନେଇ ସମ୍ମିଳନୀରେ ଆଲୋଚନା ହୋଇଛି । ଉଭୟ ଭାରତ ଓ ଆମେରିକା ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି ।
ଭାରତ-ଆମେରିକା ବଡ଼ ଚୁକ୍ତି
ସେମିକଣ୍ଡକ୍ଟରକୁ ନୂଆ ଦିଗ ଦେବେ ଉଭୟ ଦେଶ
ମିଳିତ ଉଦ୍ୟମରେ କାମ କରିବାକୁ ଆଗ୍ରହୀ
ଉଭୟ ସ୍ଥାପନ କରିବେ ସେମିକଣ୍ଡକ୍ଟର ଫେବ୍ରିକେସନ ପ୍ଲାଣ୍ଟ
କୋଲକାତାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ନିର୍ମାଣ ସମ୍ଭାବନା
ଏମ କ୍ୟୁ ନାଇନ ଡ୍ରୋନ କିଣିବ ଭାରତ
୧୬ ସ୍କାଇ ଗାର୍ଡିୟନ ଓ ୧୫ ସି-ଗାର୍ଡିୟନ ଡ୍ରୋନ
ସି-୧୩୦ ଜେ ସୁପର ହରକ୍ୟୁଲସ ଯୁଦ୍ଧ ବିମାନ
ଏମ କ୍ୟୁ ନାଇନ ବି ଡ୍ରୋନ ପିନ ଡ୍ରପ ସାଇଲେନ୍ସର ଭର୍ସନ
ଉଚ୍ଚ ଆକାଶରେ ଉଡିବା ସହ ଶତ୍ରୁ ଉପରେ ତୀଷ୍ମଣ ନଜର ରଖିବ
୩.୯୯ ଅରବ ଡଲାର ମୂଲ୍ୟରେ ଚୁକ୍ତି ସ୍ବାକ୍ଷରିତ
ଫେବ୍ରୁଆରୀ ମାସରେ ଦୁଇ ଦେଶ ଆଲୋଚନା କରିଥିଲେ
ଭାରତୀୟ ସେନାକୁ ଅଧିକ ମଜଭୁତ କରିବ
ଭାରତ-ଆମେରିକାର ପ୍ରତିରକ୍ଷା
ଇଣ୍ଡକ୍ସ-ଏକ୍ସ ଉପରେ ଚର୍ଚ୍ଚା
ପରସ୍ପରକୁ ପ୍ରତିରକ୍ଷା କ୍ଷେତ୍ରରେ କରିବେ ସହଯୋଗ
ଡିଫେନ୍ସ ଏକ୍ସିଲେନ୍ସ ଇକୋସିଷ୍ଟମ ମାଧ୍ୟମରେ ଚର୍ଚ୍ଚା
ଗ୍ରୀନ ଏନର୍ଜି ଉପରେ ଆଲୋଚନା
ରାଜସ୍ଥାନରେ ଚାଲିଥିବା ଯୁଦ୍ଧାଭ୍ୟାସ ଉପରେ ଚର୍ଚ୍ଚା
ସୁରକ୍ଷା ପରିଷଦ ସମ୍ବନ୍ଧରେ ଚର୍ଚ୍ଚା
ଆମେରିକାରେ କ୍ବାଡ୍ ଶିଖର ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ-ଆମେରିକା ମଧ୍ୟରେ ହୋଇପାରେ ମେଗା ଡିଲ୍
ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ବାଡ୍ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି । ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
/kanak/media/media_files/lMUwTZCKFPsP2zw6bjWy.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)