HMPV  ଭାଇରସକୁ  ନେଇ ବୈଠକ । ଲୋକସେବା ଭବନରେ ଗରୁତ୍ବପୂର୍ଣ୍ଣ ବୈଠକ ।

Advertisment

HMPV କୁ ନେଇ ସତର୍କ ରହିବାକୁ ପରାମର୍ଶ । ଭୟଭୀତ ନହେବା ପାଇଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

HMPV କୁ ନେଇ ସତର୍କ ରହିବାକୁ ପରାମର୍ଶ । ଭୟଭୀତ ନହେବା ପାଇଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

Mukesh

Photograph: (kanaknews)

 
କନକ ବ୍ୟୁରୋ :  ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ  ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ  ବିଭାଗୀୟ  ଅଧିକାରୀ ସାମିଲ ଅଛନ୍ତି। HMPV କୁ ନେଇ ସତର୍କ  ରହିବାକୁ ପରାମର୍ଶ । ଭୟଭୀତ ନ ହେବା ପାଇଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ।  HMPV   ଓ ପ୍ରବାସୀ  ଭାରତୀୟ  ସମ୍ମିଳନୀକୁ  ନେଇ ହେଉଛି  ଆଲୋଚନା ।   

ଚିନ୍ତା ବଢାଛି  HMPV ଭାଇରସ୍‌ । କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ପରେ ମହାରାଷ୍ଟ୍ରରେ ଏଚ୍‌ଏମ୍‌ପି ଭାଇରସ୍‌ ଚିହ୍ନଟ। ନାଗପୁରରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣଙ୍କ ଠାରେ ଏଚଏମପି ଭୂତାଣୁ ଥିବା ରିପୋର୍ଟରେ ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ଓ ଆଉ ଜଣେ ୧୩ ବର୍ଷର ପିଲା ରହିଛନ୍ତି । ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି । ଏହାପରେ ମହାରାଷ୍ଟ୍ର ସରକାର ଏଚ୍‌ଏମ୍‌ପି ଭୂତାଣୁକୁ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତଙ୍କ ପାଖରେ ଜ୍ବର, ଥଣ୍ଡା, କାଶ ସମେତ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଉଛି । କୋଭିଡ-୧୯ ଭଳି ଲକ୍ଷଣ ଏଚ୍‌ଏମ୍‌ପିଭିରେ ବି ଦେଖା ଦେଉଛି। ତେବେ ସମଦାୟ ୭ ଟି ମାମଲା ସାମ୍ନାକୁ  ଆସିଲାଣି  । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe