କନକ ବ୍ୟୁରୋ: ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍‌ର ପ୍ରଧାନମନ୍ତ୍ରୀ ଡକ୍ଟର୍‌ ନବୀନ ଚନ୍ଦ୍ର ରାମଗୁଲାମଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ବାରାଣସୀରେ ଏକ ରୋଡ୍‌ ଶୋ ଆୟୋଜନ କରାଯାଇଥିଲା । ମରିସସ୍‌ ପ୍ରଧାନମନ୍ତ୍ରୀ ଆଜି ବାରାଣସୀରେ ରହିବେ । ସନ୍ଧ୍ୟାରେ ରାମଗୁଲାମ୍‌  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗଙ୍ଗା ଆଳତି ଦେଖିବେ । ମୋଦୀ ଓ ରାମଗୁଲାମଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି ।

ଭାରତ ଏବଂ ମରିସସ୍ ଏକ ପରିବାର, କେବଳ ଏକ ଔପଚାରିକତା ନୁହେଁ ବରଂ ଏକ ଆଧ୍ୟାତ୍ମିକ ମିଳନ:ମୋଦୀ
ଭାରତ ସର୍ବଦା ମରିସସ୍‌ର ପ୍ରଗତି ଏବଂ ବିକାଶର ଯାତ୍ରାରେ ତାଙ୍କ ସହିତ ରହିଛି: ରାମଗୁଲାମ୍
ବାରାଣସୀ ପହଞ୍ଚିବା ପରେ ମୋ ପତ୍ନୀ ଏବଂ ମୁଁ ଆମକୁ ମିଳିଥିବା ସ୍ୱାଗତରେ ଆଶ୍ଚର୍ଯ୍ୟ 
ଆଇଆଇଟି ମାଡ୍ରାସ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଣ୍ଟେସନ୍ ମ୍ୟାନେଜମେଣ୍ଟ ମରିସସ୍ ବିଶ୍ୱବିଦ୍ୟାଳୟ ସହିତ ଚୁକ୍ତି 
ମରିସସ୍‌ର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରକୁ ସୁରକ୍ଷା ଦେବା ଏବଂ ସାମୁଦ୍ରିକ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରତିବଦ୍ଧ 
ମରିସସ୍ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଏବଂ ‘ଭିଜନ ସାଗର’ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ:ମୋଦୀ
ମରିସସ୍‌ର ଆବଶ୍ୟକତାକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଉପରେ ନିଷ୍ପତ୍ତି ନିଆଯାଇଛି
ଭାରତ ବାହାରେ ପ୍ରଥମ ଜନ ଔଷଧି କେନ୍ଦ୍ର ଏବେ ମରିସସ୍‌ରେ ପ୍ରତିଷ୍ଠିତ ହୋଇଛି