ବଢ଼ିବ ଭାରତ-ବ୍ରିଟେନ ବାଣିଜ୍ୟ ସମ୍ପର୍କ ; ମୋଦୀଙ୍କ ସହ ୟୁକେ ପ୍ରତିପକ୍ଷଙ୍କ ବୈଠକ

Advertisment

ଭାରତ-ବ୍ରିଟେନ ବାଣିଜ୍ୟ ବୃଦ୍ଧି ନେଇ ଆଲୋଚନା   । ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁକେ ପିଏମ୍  ଷ୍ଟାର୍ମରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।  ଶିଳ୍ପ  ବିକାଶକୁ ଗୁରୁତ୍ବ  । ଭିଜନ ୨୦୩୦  ରୋଡମ୍ୟାପ୍ ପ୍ରସ୍ତୁତ କଲେ ଦୁଇଦେଶ  ।

ଭାରତ-ବ୍ରିଟେନ ବାଣିଜ୍ୟ ବୃଦ୍ଧି ନେଇ ଆଲୋଚନା   । ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁକେ ପିଏମ୍  ଷ୍ଟାର୍ମରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।  ଶିଳ୍ପ  ବିକାଶକୁ ଗୁରୁତ୍ବ  । ଭିଜନ ୨୦୩୦  ରୋଡମ୍ୟାପ୍ ପ୍ରସ୍ତୁତ କଲେ ଦୁଇଦେଶ  ।

28

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ  ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କ ମଧ୍ୟରେ ମୁମ୍ୱାଇରେ ଆଲୋଚନା ହୋଇଛି । ବାଣିଜ୍ୟ, ପ୍ରତିରକ୍ଷା ଓ ବୈଷୟିକ ଜ୍ଞାନ ଆଦାନ ପ୍ରଦାନ ଉପରେ ଦୁଇଦେଶର ପ୍ରଧାନମନ୍ତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି । ପୂର୍ବରୁ ସ୍ବାକ୍ଷରିତ ବାଣିଜ୍ୟ ଚୁକ୍ତିର ସଫଳ ରୂପାୟନ ପାଇଁ ଆଲୋଚନା ବେଶ୍ ସକାରାତ୍ମକ ହୋଇଛି । ମୋଦୀ ଓ ଷ୍ଟାର୍ମର ସନ୍ତୋଷ ପ୍ରକାଶ କରିଛନ୍ତି । ଭିଜନ ୨୦୩୦  ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଦୁଇ ଦେଶ। କିର୍ ଷ୍ଟାର୍ମରଙ୍କ ସହିତ ବାଣିଜ୍ୟ, ଶିଳ୍ପ ଓ ଶିକ୍ଷାକ୍ଷେତ୍ରରୁ ୧୨୫ ଜଣ ପ୍ରତିନିଧି ଭାରତ ଆସିଛନ୍ତି । 

ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଗତକାଲିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସି ମୁମ୍ବାଇରେ ପହଞ୍ଚଛନ୍ତି । ଷ୍ଟାର୍ମର ଗତକାଲି ମୁମ୍ୱାଇରେ ବାଣିଜ୍ୟ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ଭାରତ ଓ ବ୍ରିଟେନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବୋଲି ଷ୍ଟାର୍ମର କହିଛନ୍ତି। ଗତ ଜୁଲାଇ ମାସରେ ଦୁଇଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ପାଇଁ ଚୁକ୍ତି ହୋଇଛି। ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ଭାରତ ଓ ବ୍ରିଟେନ ରାଜି ହୋଇଛନ୍ତି । ଏହି ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ଗୁରୁତ୍ବ ଦିଆଯାଉଛି । ଭାରତ ୨୦୨୮ ସୁଦ୍ଧା ବିଶ୍ୱର ବୃହତ୍ତମ ଅର୍ଥନୀତି ହେବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe