କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କ ମଧ୍ୟରେ ମୁମ୍ୱାଇରେ ଆଲୋଚନା ହୋଇଛି । ବାଣିଜ୍ୟ, ପ୍ରତିରକ୍ଷା ଓ ବୈଷୟିକ ଜ୍ଞାନ ଆଦାନ ପ୍ରଦାନ ଉପରେ ଦୁଇଦେଶର ପ୍ରଧାନମନ୍ତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି । ପୂର୍ବରୁ ସ୍ବାକ୍ଷରିତ ବାଣିଜ୍ୟ ଚୁକ୍ତିର ସଫଳ ରୂପାୟନ ପାଇଁ ଆଲୋଚନା ବେଶ୍ ସକାରାତ୍ମକ ହୋଇଛି । ମୋଦୀ ଓ ଷ୍ଟାର୍ମର ସନ୍ତୋଷ ପ୍ରକାଶ କରିଛନ୍ତି । ଭିଜନ ୨୦୩୦ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଦୁଇ ଦେଶ। କିର୍ ଷ୍ଟାର୍ମରଙ୍କ ସହିତ ବାଣିଜ୍ୟ, ଶିଳ୍ପ ଓ ଶିକ୍ଷାକ୍ଷେତ୍ରରୁ ୧୨୫ ଜଣ ପ୍ରତିନିଧି ଭାରତ ଆସିଛନ୍ତି ।
ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ଗତକାଲିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସି ମୁମ୍ବାଇରେ ପହଞ୍ଚଛନ୍ତି । ଷ୍ଟାର୍ମର ଗତକାଲି ମୁମ୍ୱାଇରେ ବାଣିଜ୍ୟ ଓ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ଭାରତ ଓ ବ୍ରିଟେନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବୋଲି ଷ୍ଟାର୍ମର କହିଛନ୍ତି। ଗତ ଜୁଲାଇ ମାସରେ ଦୁଇଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ପାଇଁ ଚୁକ୍ତି ହୋଇଛି। ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ଭାରତ ଓ ବ୍ରିଟେନ ରାଜି ହୋଇଛନ୍ତି । ଏହି ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ଗୁରୁତ୍ବ ଦିଆଯାଉଛି । ଭାରତ ୨୦୨୮ ସୁଦ୍ଧା ବିଶ୍ୱର ବୃହତ୍ତମ ଅର୍ଥନୀତି ହେବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି ।