କନକ ବ୍ୟୁରୋ : ଭାରତ ଭଳି ଦେଶରେ ଯେଉଁଠି ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ଚାକିରି ଖଣ୍ଡିଏ ପାଇଁ ଅହରହ ସଂଘର୍ଷ କରନ୍ତି । ବାରମ୍ବାର କମ୍ପିଟେଟିଭ୍ ପରୀକ୍ଷା ଦେଇ ମନଲାଖି ଚାକିରିଟିଏ ପାଇଁ ଆଶା ରଖିଥା’ନ୍ତି । ସେହି ଦେଶରେ ଏମିତି ଏକ ରୋଚକପୂର୍ଣ୍ଣ ଚାକିରି ଅଛି ଯାହାର ଦରମା ମାସିକ ୪ ରୁ ୫ ଲକ୍ଷ ଟଙ୍କା । ତେବେ ପାଠକବନ୍ଧୁ ଆପଣ ଭାବୁଥିବେ ଏମିତି କେଉଁ ଚାକିରି ଅଛି ଯାହାର ମାସିକ ପାରିଶ୍ରମିକ ଏତେ ଟଙ୍କା । ବେଳେବେଳେ ଖବରକାଗଜର ପୃଷ୍ଠାରେ ଅମକ ଦେଶରେ ଶୋଇବାକୁ ନେଇ ଦରମା ଦିଅନ୍ତି ,ଆଉ କେଉଁ ଦେଶରେ ଖାଇବାକୁ ନେଇ ଦରମା ଦିଅନ୍ତି ବୋଲି ଆପଣ ପଢ଼ିଥିବେ । କିନ୍ତୁ ଭାରତର ଗୋଟିଏ ରାଜ୍ୟରେ କୁକୁରକୁ ବୁଲାଉଥିବା ଲୋକର ଦରମା ୪ ରୁ ୫ ଲକ୍ଷ ଟଙ୍କା । ମହାରାଷ୍ଟ୍ରରେ ଜଣେ ଡଗ୍ ୱାକର୍ (କୁକୁରକୁ ବୁଲାଉଥିବା ଲୋକ) ର ଦରମା ମାସିକ ୪.୫ ଲକ୍ଷ ଟଙ୍କା । ଖବରଟି ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ଶତ ପ୍ରତିଶତ ସତ । ଏହା ଏମିତି ଏକ ଚାକିରି ଯାହା ଅନେକ ହ୍ୱାଇଟ୍ କଲାର୍ ଚାକିରିଠାରୁ ଅଧିକ ।
/filters:format(webp)/kanak/media/media_files/2025/08/05/choose-hounds-town-over-a-dog-2025-08-05-14-31-07.jpg)
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ , ମହାରାଷ୍ଟ୍ରର ଜଣେ ବ୍ୟକ୍ତି ୩୮ ଟି କୁକୁରଙ୍କୁ ପ୍ରତିଦିନ ବାହାରେ ବୁଲାଇ ମାସକୁ ୪.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତାଜୁବର କଥା ହେଉଛି ବ୍ୟକ୍ତିଙ୍କର ଭାଇ ଜଣେ MBA ପଢ଼ୁଆ ଯୁବକ କିନ୍ତୁ ସେ ତାଙ୍କ ଠାରୁ କମ୍ ରୋଜଗାର କରନ୍ତି । ସୋସିଆଲ୍ ମିଡିଆରେ ଏହି ପୋଷ୍ଟଟି ଭାଇରାଲ୍ ହେବା ପରେ ଏହି ବିଷୟ ଏବେ ଚର୍ଚ୍ଚାରେ ଆସିଛି । ଭାଇରାଲ୍ ପୋଷ୍ଟରେ କୁହାଯାଇଛି ଯେ , "ମହାରାଷ୍ଟ୍ରର ଜଣେ ଡଗ୍ ୱାକର୍ ଅନଲାଇନରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି, ଯେତେବେଳେ ସେ ପ୍ରକାଶ କରିଛନ୍ତି ଯେ ସେ ମାସକୁ ୪.୫ ଲକ୍ଷ ଟଙ୍କା ରୋଜଗାର କରନ୍ତି ଯାହା ଅନେକ ଡାକ୍ତରଙ୍କ ମାସିକ ଦରମା ଠାରୁ ଅଧିକ । ପ୍ରତି କୁକୁର ପିଛା ଦୁଇଥର ବୁଲାଇବା ପାଇଁ ସେ ୧୫ ହଜାର ଟଙ୍କା ନେଉଛନ୍ତି ଏବଂ ୩୮ଟି କୁକୁରଙ୍କୁ ସମ୍ଭାଳୁଛନ୍ତି । ସେ ତାଙ୍କ MBA ଡିଗ୍ରୀଧାରୀ ଭାଇଙ୍କଠାରୁ ମଧ୍ୟ ଅଧିକ ରୋଜଗାର କରୁଛନ୍ତି ଯିଏ ମାସକୁ ୭୦ ହଜାର ଟଙ୍କା ରୋଜଗାର କରନ୍ତି । ତାଙ୍କ କାହାଣୀ ଅସାଧାରଣ କ୍ୟାରିୟରକୁ ନେଇ ପୁଣି ଥରେ ବିତର୍କ ସୃଷ୍ଟି କରିଛି ।"
/filters:format(webp)/kanak/media/media_files/2025/08/05/media-2025-08-05-14-32-02.jpg)
ଭାରତର ବଢ଼ୁଥିବା ପେଟ୍ କେୟାର ଇଣ୍ଡଷ୍ଟ୍ରି (ପୋଷା ଜୀବଜନ୍ତୁ ଯତ୍ନ ଶିଳ୍ପ) ଯାହା ୨୦୨୬ ସୁଦ୍ଧା ୭,୫୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ସେଥିରେ ଡଗ୍ ୱାକର୍ ଏବଂ ପେଟ୍ କେୟାର ପ୍ରଫେସନାଲମାନଙ୍କର ଚାହିଦା ବଢ଼ିଛି । ବିଶେଷ କରି ମୁମ୍ବାଇ ଏବଂ ଦିଲ୍ଲୀ ଭଳି ମେଟ୍ରୋପଲିଟାନ୍ ସହରମାନଙ୍କରେ ଏହାର ଚାହିଦା ଅଧିକ ରହିଛି । ଅଧିକରୁ ଅଧିକ ପେଟ୍ ପ୍ୟାରେଣ୍ଟ୍ସ (ପୋଷା ଜୀବଜନ୍ତୁ ପାଳୁଥିବା ଲୋକ) ବର୍ତ୍ତମାନ ସେମାନଙ୍କର ପ୍ରିୟ ଜୀବଜନ୍ତୁମାନଙ୍କ ପାଇଁ ବ୍ୟକ୍ତିଗତ ସେବା ଖୋଜୁଛନ୍ତି । ଏହାର ସୁଯୋଗ ନେଇ କିଛି ଲୋକ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟାପକ ବୃତ୍ତିରେ ପରିଣତ କରିଛନ୍ତି ।
କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି : ମହାରାଷ୍ଟ୍ରରେ ଜଣେ ଡଗ୍ ୱାକର୍ ସେହିଭଳି ଟଙ୍କା ରୋଜଗାର କରିବା ସମ୍ଭବ କି ? ନା ଏହା କେବଳ ସୋସିଆଲ ମିଡିଆରେ ବଢ଼େଇ ଚଢ଼େଇ କୁହାଯାଉଛି ?
ତଥ୍ୟ ଅନୁଯାୟୀ, ମୁମ୍ବାଇ କିମ୍ବା ପୁଣେ ଭଳି ସହରମାନଙ୍କରେ ଅଧିକାଂଶ ବୃତ୍ତିଗତ ଡଗ୍ ୱାକର୍ ପ୍ରତି କୁକୁର ପିଛା ପ୍ରତି ଥର ବୁଲାଇବା ପାଇଁ ୩୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ନେଇଥା’ନ୍ତି । ଯଦି କେହି ଏକାଧିକ ସମୟ ସ୍ଲଟରେ ଦିନକୁ ୧୦-୧୫ଟି କୁକୁରଙ୍କୁ ସମ୍ଭାଳନ୍ତି ଏବଂ ଟ୍ରେନିଂ, ପେଟ୍-ସିଟିଂ କିମ୍ବା ଗ୍ରୁପ୍ ୱାକିଂ ପ୍ୟାକେଜ୍ ଭଳି ପ୍ରିମିୟମ୍ ସେବା ଯୋଡ଼ନ୍ତି ତେବେ ଏହି ସଂଖ୍ୟା ଆହୁରି ବଢ଼ିପାରେ । ନିୟମିତ ଗ୍ରାହକ ଏବଂ ସ୍ଥିର ସିଡ୍ୟୁଲିଂ ସହିତ ମାସକୁ ଅଧିକ ରୋଜଗାର କରିବା ପ୍ରକୃତରେ ସମ୍ଭବ ।