କନକ ବ୍ୟୁରୋ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ବର୍ତ୍ତମାନ କିଛି ଲୋକ ହିରୋ ବନାଇଦେଇଛନ୍ତି । ଲରେନ୍ସ ବିଷ୍ଣୋଇକୁ ପ୍ରଶଂସା କରିବା ସହ ତାର ଫଟୋ ଥିବା ଟି-ସାର୍ଟ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଆଉ ଏହି ଟି-ସାର୍ଟ ବିକ୍ରି କରୁଛି ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ ଓ ମେସୋ । ମେସୋରେ ମିଳୁଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଫଟୋ ଥିବା ଟି-ସାର୍ଟ । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯିଏ ଜଣେ କୁଖ୍ୟାତ ଅପରାଧୀ, ତାକୁ ଏପରି ହିରୋ ବନାଇ ତାର ପ୍ରଶଂସା କରି ତାର ଫଟୋକୁ ଟି-ସାର୍ଟରେ ଛାପି ବିକ୍ରି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ । 

Advertisment

ସୋସିଆଲ ମିଡିଆରେ ୟୁଜର୍ସ କ୍ଷୋଭ ପ୍ରକାଶ କରିବା ପରେ ମେସୋ ଅଧିକାରୀ ସ୍ପଷ୍ଟିକରଣ କରିଛନ୍ତି । ସେ କହିଛନ୍ତି, ଏହା ଉପରେ କମ୍ପାନୀ ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଇସାରିଛି । ଟି-ସାର୍ଟ ବିକ୍ରି ଉପରେ ରୋକ୍ ଲଗାଯାଇଛି । 

ତେବେ ମେସୋର ସ୍ପଷ୍ଟିକରଣ ପରେ ଯେତେବେଳେ ଫ୍ଲିପକାର୍ଟ ଏବଂ ଆମାଜନ୍ ପ୍ଲାଟଫର୍ମରେ ସର୍ଚ୍ଚ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଫ୍ଲିପକାର୍ଟ ଏବଂ ଆମାଜନ୍ ମଧ୍ୟ ଲରେନ୍ସ ବିଷ୍ଣୋଇର ଫଟୋ ଥିବା ଟି-ସାର୍ଟ ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା । ତେବେ ପ୍ରଶ୍ନ ଉଠୁଛି ଜଣେ କୁଖ୍ୟାତ ଅପରାଧୀକୁ ଏପରି ହିରୋ ସଜେଇବା କେତେଦୂର ଯୁକ୍ତିଯୁକ୍ତ