କନକ ବ୍ୟୁରୋ: ଆଜିକାଲି ଚାକିରି ସମସ୍ୟା ଅଧିକ । ଅଧିକ ପଢିଥିବା ପରେ ବି ପିଲାଙ୍କୁ ଚାକିରି ମିଳୁନି । ଏମିତି ସ୍ଥିତିରେ ଯେଉଁମାନେ ମାଟ୍ରିକ ପାସ୍ କରିନାହାନ୍ତି ସେମାନଙ୍କ କଥା ପଚାରେ କିଏ । ହେଲେ ସେମାନେ ବି ରୋଜଗାରକ୍ଷମ ହେବେ, ମାସକୁ ଭଲ ଇନକମ୍ କରିବେ । ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ, ଅଷ୍ଟମ କି ଦଶମ ପାସ କରିଥିବା ପିଲାମାନେ କେମିତି ଚାକିରି କରିବେ । କମ ପାଠ ପଢିଥିବା ପିଲାଙ୍କୁ ଚାକିରି ଦେବା ପାଇଁ ଉତ୍ତରପ୍ରଦେଶର ମିରଟ ସହରରେ ନୂଆ ଯୋଜନା କରାଯାଇଛି । ଯେଉଁଠି କମ୍ ପଢିଥିବା ପିଲାଙ୍କୁ ସ୍ବାବଲମ୍ୱୀ କରିବାକୁ ଯୋଜନା ଚାଲିଛି । କମ ପଢିଥିବା ପିଲାମାନେ ମୋବାଇଲ୍ ରିପ୍ୟାରିଂ, ଏସି ରିପ୍ୟାରିଂ, ଫେଶନ ଡିଜାଇନିଂ, କମ୍ପ୍ୟୁଟର ହାଡୱେର ମେକିଂ ସହ ୩୦ ପ୍ରକାର ଟ୍ରେନିଂ ନେବେ । ଯାହାଦ୍ବାରା ସେମାନେ ଭଲ ଦୁଇ ପଇସା ରୋଜଗାର କରିପାରିବେ ବୋଲି କୁହାଯାଉଛି ।
କାନାର ବ୍ୟାଙ୍କର ନୂଆ ଯୋଜନା
ଅଳ୍ପ ପଢିଥିବା ପିଲାଙ୍କୁ ଟ୍ରେନିଂ ଦେଇ କରାଯିବ ରୋଜଗାରକ୍ଷମ
ଅଳ୍ପ ପଢିଥିବା ପିଲାଏ ଚାକିରି କରିବା କଷ୍ଟ । ସେଇଥି ଲାଗି ଦଶମ ପଢିଥିବା କିମ୍ବା ଦଶମ ପର୍ଯ୍ୟନ୍ତ ପଢିଥିବା ପିଲାଙ୍କୁ ଚାକିରି ଦେବା ପାଇଁ କାନାଡ଼ା ବ୍ୟାଙ୍କ ଗ୍ରାମୀଣ ରୋଜଗାର ସଂସ୍ଥା ଦ୍ବାରା ନୂଆ ଯୋଜନା କରାଯାଉଛି । କେବଳ ଯୋଜନା କରାଯାଉଛି ତାହା ନୁହେଁ ବରଂ ଜାନୁଆରୀ ୧ ତାରିଖରୁ ପିଲାଙ୍କୁ ଟ୍ରେନିଂ ଦେବାର କାର୍ଯ୍ୟକ୍ରମ ବି ଆରମ୍ଭ ହୋଇଯାଇଛି ।
ଟ୍ରେନିଂ ସହ ମିଳିବ ଲୋନ୍
୪୫ ପର୍ଯ୍ୟନ୍ତ ଚାଲିବ ଟ୍ରେନିଂ କାର୍ଯ୍ୟକ୍ରମ
କାନାଡ଼ା ବ୍ୟାଙ୍କର ଆସୋସିଏଟ ଡାଇରେକ୍ଚର କହିଛନ୍ତି, ଯେଉଁମାନେ ଟ୍ରେନିଂ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ୬ ଦିନରୁ ୪୫ ଦିନ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯିବ । ଉତ୍ତରପ୍ରଦେଶ ସରକାରଙ୍କ ସହଯୋଗରେ ଏହି କାମ ଚାଲିବ ବୋଲି କୁହାଯାଉଛି । ଯେଉଁମାନେ ଟ୍ରେନିଂ ଶେଷ କରିବେ ସେମାନଙ୍କୁ ସାର୍ଟିଫିକେଟ୍ ମଧ୍ୟ ମିଳିବ । ଯାହାଦ୍ବାରା ସେମାନେ ରୋଜଗାରକ୍ଷମ ହେବା ସହିତ ଚାକିରି ପାଇଁ ଆବେଦନ କରିପାରିବେ ।
ସମସ୍ତଙ୍କୁ ରୋଜଗାର କରାଇବାର ଲକ୍ଷ
ଦେଶରେ ଯୁବବର୍ଗଙ୍କ ସଂଖ୍ୟା ସର୍ବାଧିକ । ଏକ ରିପୋର୍ଟରେ କୁହାଯାଇଛି କି, ଦେଶର ଯୁବକଙ୍କ ସଂଖ୍ୟା ପାଖାପାଖି ୩୫ କୋଟିରୁ ଉର୍ଦ୍ଧ୍ବ । ତେଣୁ ଦେଶର ବିକାଶ କରିବାକୁ ହେଲେ ଯୁବକଙ୍କୁ ରୋଜଗାରକ୍ଷମ କରିବାକୁ ପଡ଼ିବ । ସେହି ଭିତ୍ତିରେ ଏଠାରେ ଟ୍ରେନିଂ ନେଉଥିବା ପିଲାମାନେ ଆତ୍ମନିର୍ଭର ହେବା ସହିତ ବ୍ୟାଙ୍କରୁ ଲୋନ୍ ନେଇପାରିବେ । କେବଳ ଏତିକି ନୁହେଁ ବରଂ ବିଭିନ୍ନ ସରକାରୀ ସ୍କିମର ବି ସେମାନେ ଲାଭ ଉଠାଇପାରିବେ ।
ଟ୍ରେନିଂ ପାଇଁ ଦେବାକୁ ପଡ଼ିବନି ଟଙ୍କା
ଆଜିକାଲି ମହରଗ ଯୁଗରେ ପାଠ ପଢିବା ବା ଟ୍ରେନିଂ ନେବା କିଛି ସହଜ କଥା ନୁହେଁ । ହେଲେ ୟୁପି ସରକାର ଓ କାନାଡ଼ା ବ୍ୟାଙ୍କ ପକ୍ଷରୁ ଚାଲିଥିଲା ମିଳିତ ଉଦ୍ୟମରେ ଯେଉଁମାନେ ଟ୍ରେନିଂ ନେବେ ସେମାନଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଅର୍ଥାତ୍ ବିନା କୌଣସି ଦେୟରେ ସେମାନେ ଟ୍ରେନିଂ ନେଇ ଆତ୍ମନିର୍ଭର ହୋଇପାରିବେ ।
ଟ୍ରେନିଂ ନେବା ବେଳେ ଯାଂଚ ହେବ ଡକ୍ୟୁମେଣ୍ଟ
ଯେଉଁମାନେ ମାଗଣାରେ ଟ୍ରେନିଂ ନେବାକୁ ଚାହୁଁଛନ୍ତି ସେମାନେ ଆସିବା ବେଳେ ନିଜ ସାଙ୍ଗରେ କିଛି ଡକ୍ୟୁମେଣ୍ଟ ନେଇକି ଆସିବାକୁ ବାଧ୍ୟ । ଆଧାର କାର୍ଡ, ରାସନ କାର୍ଡ, ଜାତି ପ୍ରମାଣ ପତ୍ର ଆଦି ଆବଶ୍ୟକ । ଯେଉଁମାନେ ଟ୍ରେନିଂ ପାଇଁ ଏହି ସବୁ ଡକ୍ୟୁମେଣ୍ଟ ସାଙ୍ଗରେ ନେଇକି ଆସିବେ ସେମାନେ ଟ୍ରେନିଂ ନେବା ପାଇଁ ସୁଯୋଗ ପାଇବେ ବୋଲି କୁହାଯାଇଛି । ତେଣୁ ଏମିତି ସୁଯୋଗରେ ଅନେକ ଯୁବକ ଟ୍ରେନିଂ ନେବା ଲାଗି ଆବେଦନ କରିଥିବା ଜଣାପଡ଼ିଛି ।