କ୍ରୁରତାର ସୀମାପାର୍ : ସ୍ବାମୀକୁ ୧୫ ଖଣ୍ଡ କରି କାଟି ଡ୍ରମରେ ମାଂସଖଣ୍ଡ ସହ ସିମେଣ୍ଟ୍ ଢାଳିଦେଲା ସଇତାନ୍ ସ୍ତ୍ରୀ,କଟାମୁଣ୍ଡକୁ ସାଙ୍ଗରେ ନେଲା ପ୍ରେମିକ

ପ୍ରଥମେ ଖାଦ୍ୟରେ ନିଶା ଔଷଧ ଦେଇ ଚେତାଶୂନ୍ୟ କରାଇଲା ତା’ପରେ ଛାତି ଉପରେ ବସି ୩ ଥର ଅତି କ୍ରୁରତାର ସହ ସ୍ବାମୀକୁ ହତ୍ୟା କରିଥିଲା ସଇତାନ୍ ସ୍ତ୍ରୀ ମୁସ୍କାନ୍ । ସୌରଭଙ୍କ ମୃତ୍ୟୁ ପରେ ଶରୀରକୁ ୧୫ ଖଣ୍ଡରେ କାଟି ଡ୍ରମରେ ଭର୍ତ୍ତି କରି ସିମେଣ୍ଟ୍ ଘୋଡାଇ ଦେଇଥିଲା ମୁସ୍କାନ୍ ।

ଅଦ୍ୟତନ ହୋଇଛି
Muskan

Muskan Photograph: (google)

କନକ ବ୍ୟୁରୋ : ସ୍ୱାର୍ଥ ସାଧନ ପାଇଁ ମଣିଷ ଯେକୌଣସି ସ୍ତରକୁ ବି ଖସି ଯାଇପାରେ । କାହାର ଜୀବନ ନେବାକୁ ବି ପଛାଏ ନାହିଁ । ଏମିତିକି ପରିବାର ସଦସ୍ୟ ମଧ୍ୟ ସ୍ବାର୍ଥ ଆଗରେ ଛୋଟ ଦେଖାଯାଆନ୍ତି । ଏଭଳି ହିଁ ଏକ ଘଟଣା ଆଜି ସାରା ଦେଶରେ ଚହଳ ସୃଷ୍ଟି କରିଛି । ଘଟଣା ଘଟିଛି ଉତ୍ତରପ୍ରଦେଶ ମିରଟରେ । ଏଠାରେ ଜଣେ ମହିଳା ପ୍ରେମିକ ପାଇଁ ନିଜ ନୌସେନା ଅଧିକାରୀ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ସ୍ତ୍ରୀ ମୁସ୍କାନଙ୍କ ନିର୍ମମତା ଏତେ ଥିଲା ଯେ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଏକ ଡ୍ରମରେ ରଖି ସିମେଣ୍ଟ କଂକ୍ରିଟ୍‌ରେ ଘୋଡାଇ ଦେଇଥିଲେ ଏବଂ ସ୍ବାମୀଙ୍କୁ ହତ୍ୟା କରିବା ପରେ ପ୍ରେମିକ ସଙ୍ଗେ ସିକ୍କିମ ବୁଲିବାକୁ ଚାଲିଯାଇଥିଲେ । ଏହି ହତ୍ୟାକାଣ୍ଡ ବିଷୟରେ ଯିଏ ବି ଶୁଣୁଛି,ଆଶ୍ଚର୍ଯ୍ୟ ହେଉଛି ।  ସ୍ଥାନୀୟ ଲୋକଙ୍କ କହିବା କଥା ସମ୍ପୃକ୍ତ ମହିଳାଙ୍କ ଏଭଳି ନିଷ୍ଠୁରତା କେହି କେବେ ଦେଖିନାହାଁନ୍ତି ।  

meerut-murder
meerut-murder Photograph: (google)

ପରକୀୟା ପ୍ରୀତି ପାଇଁ ମିରଟର ସୌରଭ୍ ରାଜପୁତଙ୍କୁ ତାଙ୍କ ଧର୍ମପତ୍ନୀ ମୁସ୍କାନ୍ ଅତି କ୍ରୁରତାର ସହ ମାରିବାର ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ସମସ୍ତେ ତାଜୁବ୍ ହୋଇଯାଇଥିଲେ । ଲଣ୍ଡନରେ ରହୁଥିବା ସ୍ବାମୀ ଝିଅର ଜନ୍ମଦିନ ପାଇଁ ମିରଟ ଆସିଥିବା ବେଳେ ହସଖୁସି,ନାଚଗୀତର ଆସର ଭିତରେ ଶେଷ ହୋଇଥିଲା ଜନ୍ମଦିନ । କିନ୍ତୁ ସଇତାନ୍ ସ୍ତ୍ରୀ ପୂର୍ବରୁ ସ୍ବାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ କରିଥିଲା ପ୍ରି ପ୍ଲାନ୍ ।

Murder 111
Murder 111 Photograph: (google)

ପ୍ରଥମେ ଖାଦ୍ୟରେ ନିଶା ଔଷଧ ଦେଇ ଚେତାଶୂନ୍ୟ କରାଇଲା ତା’ପରେ ଛାତି ଉପରେ ବସି ୩ ଥର ଅତି କ୍ରୁରତାର ସହ ସ୍ବାମୀକୁ ହତ୍ୟା କରିଥିଲା ସଇତାନ୍ ସ୍ତ୍ରୀ ମୁସ୍କାନ୍ । ସୌରଭଙ୍କ ମୃତ୍ୟୁ ପରେ ଶରୀରକୁ ୧୫ ଖଣ୍ଡରେ କାଟି ଡ୍ରମରେ ଭର୍ତ୍ତି କରି ସିମେଣ୍ଟ୍ ଘୋଡାଇ ଦେଇଥିଲା ମୁସ୍କାନ୍ । ପ୍ରେମିକ ସାହିଲ୍ ସୌରଭଙ୍କ ମୁଣ୍ଡକୁ କାଟି ନିଜ ସଙ୍ଗେ ଘରକୁ ନେଇ ଯାଇଥିଲା । ପୁଲିସ୍ ଯେତେବେଳେ ଘଟଣାର ଛାନଭିନ୍ ଆରମ୍ଭ କଲା ସାହିଲର ରୁମରୁ ଏମିତି କିଛି ଚିତ୍ର ଦେଖିବାକୁ ପାଇଲା ଯାହା ଦେଖିଲେ ଦେହ ଶିହରି ଉଠିବ । ତାନ୍ତ୍ରିକ କ୍ରିୟା କଲା ପରି ସାହିଲର ରୁମରେ ଲାଗିଥିଲା ପେଣ୍ଟିଙ୍ଗ୍ । ପଡୋଶୀ ମଧ୍ୟ ସାହିଲକୁ ଅଘୋରୀ ବୋଲି ସମ୍ବୋଧନ କରୁଥିଲେ । ଅନ୍ଧବିଶ୍ବାସ ଏବଂ ତନ୍ତ୍ର-ମନ୍ତ୍ର ଉପରେ ଥିବା ସାହିଲର ପାଗଳପଣ କଥା ମଧ୍ୟ ପୁଲିସକୁ କହିଥିଲେ ପଡ଼ୋଶୀ । 

Sahil
Sahil Photograph: (google)

ସୂତ୍ର ଅନୁସାରେ,ସୌରଭକୁ ମାରିବା ପରେ ସାହିଲ୍ ମୃତଦେହର ହାତ ଏବଂ ମୁଣ୍ଡ ସାଙ୍ଗରେ ନେଇ ଘରକୁ ଚାଲିଯାଇଥିଲା ଏବଂ ମୁସ୍କାନ୍ ବଳକା ମାଂସଖଣ୍ଡକୁ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ୍ ଢାଳିଦେଇଥିଲା । ମୁସ୍କାନର ବାପା-ମା’ଙ୍କ କହିବାନୁସାରେ,‘ସାହିଲ୍ ତନ୍ତ୍ର-ମନ୍ତ୍ର କରି ଝିଅକୁ ନିଜ ଅକ୍ତିଆରରେ ରଖିଥିଲା । ନିଶା କରାଇବା ସହ ଅନୈତିକ ସଂପର୍କ ରଖୁଥିଲା । ସୌରଭ ଜଣେ ଭଲ ପିଲା ଥିଲେ,ଝିଅକୁ ଭଲ ପାଉଥିଲେ କିନ୍ତୁ ଆମ ଝିଅ ହିଁ ଭୁଲ୍ କରିଥିଲା । ସେଭଳି ପୁଅ-ଝିଅଙ୍କୁ ସମାଜରେ ରହିବାର କୌଣସି ହକ୍ ନାହିଁ,ତାଙ୍କୁ ଫାଶି ହେବା ଦରକାର ।’ ସୌରଭଙ୍କୁ ବାଟରୁ ସଫା କରିବା ପରେ ମୁସ୍କାନ୍ ଏବଂ ସାହିଲ୍ ଛୁଟି କାଟିବା ପାଇଁ ସିକ୍କିମ ଚାଲିଯାଇଥିଲେ ଏବଂ ସେଠାରେ ହୋଲି ପାଳନ କରି ନାଚିଗାଇ ଯେତେବେଳେ ଫେରିଥିଲେ ସେତେବେଳେ ଦୁହିଁଙ୍କୁ ହାତକଡ଼ିରେ ସ୍ବାଗତ କରିଥିଲା ପୁଲିସ୍ । 

maa of muskan
maa of muskan Photograph: (google)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe