କନକ ବ୍ୟୁରୋ: ମହିଳା ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ପ୍ରଦେଶ ମହିଳା କଂଗ୍ରେସର ସଭାପତି ଦାୟିତ୍ୱ ତାଙ୍କୁ ମିଳିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲକାର୍ଜୁନ ଖଡ଼ଗେ ମୀନାକ୍ଷୀ ବାହିନୀପତିଙ୍କୁ ମହିଳା କଂଗ୍ରେସ ସଭାପତି ଦାୟିତ୍ୱ ନ୍ୟସ୍ତ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାକୁ ନେଇ ଆଜି ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରିଛି କଂଗ୍ରେସ ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ହୋଇଥିଲା । ସେତେବେଳେ ବି ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା । ଏହାପୂର୍ବରୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦରେ ମୀନାକ୍ଷୀ ବାହିନୀପତି ଦାୟିତ୍ୱ ତୁଲାଇ ସାରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା ।
ଏବେ କଂଗ୍ରେସ ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ପୁଣିଥରେ ମହିଳା କଂଗ୍ରେସ ଦାୟିତ୍ୱ ମିଳିଛି । ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ମନୋନୀତ କରାଯାଇଛି । ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ନିଯୁକ୍ତ କରାଯାଇଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହା ପୂର୍ବରୁ ମଧ୍ୟ ପିସିସି ମହିଳା ସେଲ୍ର ସଭାନେତ୍ରୀ ରହିଥିଲେ ମୀନାକ୍ଷୀ ବାହିନୀପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/06/minakshi-2025-07-06-19-52-54.jpg)