ରୋଗୀଙ୍କୁ ମିଳୁନି ବାହାରେ ପଡିଛି ମେଡିସିନ୍ : ବାଲେଶ୍ବର ରସାଳପୁରରୁ ଆସିଛି ଏଭଳି ଦୃଶ୍ୟ

Advertisment

କନକ ନ୍ୟୁଜର ମହାପ୍ରଭାବ । ବାଲେଶ୍ବର ରେମୁଣା ବ୍ଲକ ଶ୍ରୀଜଙ୍ଗ ରସାଳପୁର ରାସ୍ତା ପାଖ ଅଳିଗଦାରେ ଔଷଦ ଫିଙ୍ଗିବା ଘଟଣା । ୨ ମହିଳା ସ୍ୱାସ୍ଥ୍ୟକର୍ମୀ ଏଏନ୍‌ଏମ୍‌ ନିଲମ୍ବିତ ।  ଘଟଣାକୁ ଗୁରତର ଭାବେ ନେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସ୍ବାସ୍ଥ୍ୟ ବିଭାଗ ।  

Updated On

କନକ ନ୍ୟୁଜର ମହାପ୍ରଭାବ । ବାଲେଶ୍ବର ରେମୁଣା ବ୍ଲକ ଶ୍ରୀଜଙ୍ଗ ରସାଳପୁର ରାସ୍ତା ପାଖ ଅଳିଗଦାରେ ଔଷଦ ଫିଙ୍ଗିବା ଘଟଣା । ୨ ମହିଳା ସ୍ୱାସ୍ଥ୍ୟକର୍ମୀ ଏଏନ୍‌ଏମ୍‌ ନିଲମ୍ବିତ ।  ଘଟଣାକୁ ଗୁରତର ଭାବେ ନେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସ୍ବାସ୍ଥ୍ୟ ବିଭାଗ ।  

ଅଦ୍ୟତନ ହୋଇଛି
medicine

Photograph: (kanaknews)

କନକବ୍ୟୁରୋ : କନକ ନ୍ୟୁଜର ମହାପ୍ରଭାବ । ବାଲେଶ୍ବର ରେମୁଣା ବ୍ଲକ ଶ୍ରୀଜଙ୍ଗ ରସାଳପୁର ରାସ୍ତା ପାଖ ଅଳିଗଦାରେ ଔଷଦ ଫିଙ୍ଗିବା ଘଟଣା । ୨ ମହିଳା ସ୍ୱାସ୍ଥ୍ୟକର୍ମୀ ଏଏନ୍‌ଏମ୍‌ ନିଲମ୍ବିତ ।  ଘଟଣାକୁ ଗୁରତର ଭାବେ ନେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସ୍ବାସ୍ଥ୍ୟ ବିଭାଗ ।  ଔଷଧ ଫିଙ୍ଗା ଘଟଣାରେ ସମ୍ପୃକ୍ତ ଥିବା ଦର୍ଶାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଭୟ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।  କିଛି ଦିନ ତଳେ ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର କିଛି କିମି ଦୂରରେ ଶ୍ରୀଜଙ୍ଗ-ରସାଳପୁର ରାସ୍ତାର କଣ୍ଟିଆଚିରା ନାଳ ତୁଣ୍ଡରା ରାସ୍ତା କଡ଼ରେ ଅଳିଆ ଗଦାରେ ସରକାରଙ୍କ ନିରାମୟ ଯୋଜନାରେ ରୋଗୀଙ୍କ ପାଇ ଉଦ୍ଦୀଷ୍ଟ ଥିବା ତଥା ଏକ୍ସପାୟରୀ ହୋଇନଥିବା ଆଇରନ ଓ ଫଲିକ ଏସିଡ ସିରପ ଶହଶହ ବଟିକା ଷ୍ଟ୍ରିପ୍ ପଡିଥିବାର ଦେଖିବାକୁ ମିଳିଥିଲା  ।

ଅଧିକ ପଢନ୍ତୁ ... ଭାରତର ଏମିତି ରାଜ୍ୟ: ଯେଉଁଠି ଶାସନ କରିନଥିଲେ ବ୍ରିଟିଶ, ହେଲେ ୪୫୧ ବର୍ଷ ପରେ ହୋଇଥିଲା ସ୍ୱାଧୀନ

ଯେଉଁ ଔଷଧର ବେଚ ନମ୍ବର ସିଏଚଏସ-୫୦୦୬୫, ଔଷଧର ପ୍ରସ୍ତୁତି ତାରିଖ ଏପ୍ରିଲ ୨୦୨୫ ଲେଖାଥିବା ବେଳେ ଏକ୍ସପାୟାରୀ ତାରିଖ ସେପ୍ଟେମ୍ବର ୨୦୨୬ ଲେଖା ଯାଇଅଥିଲା । ରୋଗୀ ମେଡିକାଲରେ ମାଗଣା ଔଷଧ ପାଇଁ ଘଣ୍ଟାଘଣ୍ଟା ଧାଡିରେ ଛିଡା ହୋଇ ପରେ ଔଷଧ ଉପଲବ୍ଧ ନାହିଁ କହି ଫେରାଇ ଦିଆଯାଉଥିବା ବେଳେ ରୋଗୀ ଔଷଧ ଦୋକାନରୁ ହଜାର ହଜାର ଟଙ୍କାର ଔଷଧ କିଣି ଖର୍ଚ୍ଚାନ୍ତ ହେଉଛନ୍ତି  ।  ସେପଟେ ଶିଶୁ ଏବଂ ଗର୍ଭବତୀ ପ୍ରସୂତୀ ମା'ଙ୍କ ପାଇଁ ରକ୍ତହୀନତା, ଭିଟାମିନ ଅଭାବ ଜନିତ ରୋଗ ପାଇଁ ବରଦାନ ସାଜୁଥିବା ଆଇରନ ଓ ଫଲିକ ଏସିଡ଼ ଔଷଧ ରାସ୍ତା ପାର୍ଶ୍ଵ ଅଳିଆ ଗଦାରେ ସରକାରୀ ଔଷଧ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କନକନ୍ୟୁଜ୍‌ ପ୍ରଥମେ ଏହି ଖବର ସାମ୍ନାକୁ ଆସିଥିଲା ।

କନକ ନ୍ୟୁଜରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ସ୍ବାସ୍ଥ୍ୟ ବିଭାଗ । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ଘଟଣାକୁ ଗୁରୁତର ଭାବେ ନେଇଥିଲା ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ତୁରନ୍ତ ତଦନ୍ତ କରି ତଦନ୍ତ ରିପୋର୍ଟ ପ୍ରଦାନ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ  ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ଏବେ ଘଟଣାରେ ୨ ଜଣ ଏଏନ୍‌ଏମ୍‌ଙ୍କୁ ନିଲମ୍ବନ କରାଯାଇଛି ।  ଜାତୀୟ ରାଜପଥ କଡ଼ରେ ପଡ଼ିଛି ଲକ୍ଷାଧିକ ଟଙ୍କାର ମେଡିସିନ ।

ଗଜପତି ଜିଲ୍ଲା ମୋହନା ସହର ନିକଟ ଜାତୀୟ ରାଜପଥରେ ପଡ଼ିଛି ଏକ୍ସପାୟରୀ ମେଡିସିନ୍ । କେଉଁଠୁ ଆସିଲା ଏତେ ପରିମାଣର ମେଡିସିନ, ତାକୁ ନେଇ ଉଠୁଛି ପ୍ରଶ୍ନ । ରାଜ୍ୟ ସରକାର ନିରାମୟ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ମାଗଣା ଚିକତ୍ସା ସହ ଔଷଧ ବିତରଣ କରୁଛନ୍ତି । ଯାହାକୁ ନେଇ ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ କୋଟିକୋଟି ଟଙ୍କାର ଔଷଧ ଦିଆଯାଉଛି ।  ଆଉ ଏଥିପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଲୋକଙ୍କୁ ଦେବା ପରିବର୍ତ୍ତେ ଜାତୀୟ ରାଜପଥ କଡରେ ପଡ଼ି ରହିଛି କୁଢ଼ କୁଢ଼ ଔଷଧ ।  ଯାହାକୁ ନେଇ ସାଧାରଣରେ ଦେଖାଦେଇଛି ଅସନ୍ତୋଷ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe