କନକ ବ୍ୟୁରୋ : ସ୍ୱାସ୍ଥ୍ୟ ସେବାକୁ ସୁଲଭ କରିବା ଉଦ୍ଦେଶ୍ୟରେ NPPA ସାଧାରଣ ଜନତାଙ୍କୁ ୩୫ଟି ଜରୁରୀ ଔଷଧର ଦର କମାଇ ଆଶ୍ୱସ୍ତି ଦେଇଛି । ଏହି ଔଷଧଗୁଡ଼ିକ ଔଷଧ କମ୍ପାନୀ ଦ୍ୱାରା ବିକ୍ରି କରାଯାଏ ଯାହାର ଖୁଚୁରା ଦାମରେ ହ୍ରାସ କରାଯାଇଛି । ଦର କମିବା ଦ୍ୱାରା ପୁରୁଣା ରୋଗରେ ପୀଡ଼ିତ ଥିବା ରୋଗୀମାନଙ୍କୁ ଲାଭ ମିଳିବ କାରଣ ଏଥିରେ ହୃଦରୋଗ ଏବଂ ଫୁଲା କମାଇବା ଭଳି ଔଷଧ ମଧ୍ୟ ସାମିଲ ଅଛି । NPPA ଅର୍ଥାତ୍ ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଦ୍ୱାରା ଏହି ଔଷଧର ଦାମ କମ୍ କରିବାର ସୂଚନା ଜାରି କରାଯାଇଛି । ଏଥିରେ ପ୍ରମୁଖ ଔଷଧଗୁଡ଼ିକ ହେଉଛି- ଏସିକ୍ଲୋଫେନାକ୍, ପାରାସିଟାମୋଲ୍, ଏମୋକ୍ସିସିଲିନ୍, ପୋଟାସିୟମ୍ କ୍ଲାଭୁଲନେଟ୍, ଏଟୋର୍ଭାଷ୍ଟାଟିନ୍ ଏବଂ ଅନ୍ୟ କେତେକ ଔଷଧ । ଏଥିରେ ଡାଇବେଟିସ୍ ଔଷଧ ମଧ୍ୟ ସାମିଲ ଅଛି । ରସାୟନ ଏବଂ ସାର ମନ୍ତ୍ରାଳୟ ଦ୍ୱାରା ଏହି ସୂଚନା ସେୟାର କରାଯାଇଥିଲା । ଏହି ବିଭାଗ NPPA ଅଧୀନରେ କାର୍ଯ୍ୟ କରେ ଏବଂ ଦେଶରେ ଔଷଧର ଦାମର ମୂଲ୍ୟ ସ୍ଥିର କରେ ଓ ମୂଲ୍ୟ ଉପରେ ନଜର ମଧ୍ୟ ରଖେ ।
/filters:format(webp)/kanak/media/media_files/2025/08/04/nppa-2025-08-04-13-52-53.jpg)
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏସିକ୍ଲୋଫେନାକ୍, ପାରାସିଟାମୋଲ୍, ଟ୍ରିପ୍ସିନ୍ କାଇମୋଟ୍ରିପ୍ସିନର ଟାବଲେଟ୍ ଏବେ ୧୩ ଟଙ୍କାରେ ମିଳିବ । କାଡିଲା ଫାର୍ମାସ୍ୟୁଟିକଲ୍ସ ୧୫ ଟଙ୍କା , ସେହିପରି ଏଟୋର୍ଭାଷ୍ଟାଟିନ୍ 40mg ଏବଂ କ୍ଲୋପିଡୋଗ୍ରେଲର ଦାମ ୨୬ ଟଙ୍କା ସ୍ଥିର କରାଯାଇଛି । ପିଲାମାନଙ୍କୁ ଦିଆଯାଉଥିବା ପାରାସିଟାମୋଲର ଦାମ ମଧ୍ୟ କମ୍ ହୋଇଛି । ସେହିପରି ଭିଟାମିନ୍-ଡିର ଔଷଧ ୩୧ ଟଙ୍କାରେ ମିଳିବ । ଜାରି କରାଯାଇଥିବା ନୋଟିସରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଔଷଧ ଦୋକାନୀ ହେଉ କିମ୍ବା ରିଟେଲର ସମସ୍ତେ ନିଜ ଦୋକାନରେ ଔଷଧ ଦାମର ଲିଷ୍ଟ ଲଗାଇବେ । ଯାହା ସାହାଯ୍ୟରେ ଗ୍ରାହକ ସବୁ ଔଷଧର ମୂଲ୍ୟ ଜାଣିପାରିବେ । ଯଦି ଦୋକାନୀ ନିୟମ ପାଳନ କରନ୍ତି ନାହିଁ ତେବେ ତାଙ୍କୁ DPCO ୨୦୧୩ ର ଆବଶ୍ୟକ ବସ୍ତୁ ଅଧିନିୟମ, ୧୯୫୫ ଅନୁସାରେ ଦଣ୍ଡ ଦିଆଯିବ । ଔଷଧର ଦାମ କମ୍ ହେବା ପରେ ତାହା ଉପରେ ଜିଏସ୍ଟି ଲଗାଯିବ ନାହିଁ । କିନ୍ତୁ ଆବଶ୍ୟକ ହେଲେ କେତେକ ଔଷଧ ଉପରେ GST ଲଗାଇପାରନ୍ତି ।