କନକ ବ୍ୟୁରୋ: ଓଡ଼ିଆରେ ଗୁଳୁଚି , ହିନ୍ଦିରେ ଗିଲୋୟ , ଆଉ ବିଜ୍ଞାନ ନାଁ ଟିନେସ୍ପୋରା କୋରଡିଫୋଲିଆ । ଆୟୁର୍ବେଦରେ ଏହାକୁ ଅମୃତ ବୋଲି କୁହାଯାଏ । ଆମ୍ବ, ଲିଚୁ , ପିଜୁଳି ପରି ବଡ଼ ବଡ଼ ଗଛମାନଙ୍କରେ ମାଡ଼ିଥାଏ । ଏହାର ପତ୍ର ଗୁଡ଼ିକ ହୃଦୟ ଆକାର, ପାନପତ୍ର ଭଳି ଦେଖିବାକୁ । ଅନାବନା ହୋଇ ମାଡ଼ୁଥିବା ଭଳି ଏହି ଲତା କିନ୍ତୁ ଔଷଧୀୟ ଗୁଣରେ ଭରପୁର । ରୋଗରୁ ଅନେକ ରୋଗକୁ କାଢ଼ି ଫୋପାଡ଼ିଦିଏ ।
ଗୁଳୁଚି ସେବନ କରିବାର ବିଧି:
ପ୍ରତିଦିନ ସକାଳୁ ଖାଲି ପେଟରେ ୨ରୁ ୩ଟି ଗୁଳୁଚି ପତ୍ରକୁ ଧୋଇ ଚେବାଇଲେ ଜ୍ବର, ଡେଙ୍ଗୁ, ଆମଦୋଷ, ଅର୍ଶ, କାଶ, ଶ୍ବାସ, ହୃଦରୋଗ, ବାତରକ୍ତ ଆଦି ରୋଗ ଦୂର ହୋଇଥାଏ । ଭୂତାଣୁଜନତି ସଂକ୍ରମଣରେ ଏହା ଫ୍ଲେଟଲେଟ୍ସ ସଂଖ୍ୟା ବଢ଼ାଇ ଶରୀରକୁ ସୁସ୍ଥ ରଖେ ।
ଗୁଳୁଚି କ୍ବାଥ୍ ୫୦ ମିଲି ସେବନ କରିଲେ ପାଚନ ସମସ୍ୟାରେ ସୁଧାର ଆସେ। ଜଣ୍ଡିସ୍, ଡାଏବେଟିସ୍, କୃମି ପରି ସମସ୍ୟା ମଧ୍ୟ ଭଲ ହୁଏ ।
ଗୁଳୁଚି ପତ୍ର ତଥା ନିମ୍ବ ପତ୍ରର ରସକୁ ସମାନ ପରିମାଣରେ ମିଶାଇ ଏଥିରୁ ୫୦ ମିଲି ସେବନ କଲେ ବାତରକ୍ତ, ଆମବାତ , ଚର୍ମରୋଗ ପରି ସମସ୍ୟାରୁ ମଧ୍ୟ
ମୁକ୍ତି ମିଳିଥାଏ ।
ଗୁଳୁଚି ଲତାକୁ ୪କପରେ ପାଣିରେ ସିଝାଇ ତାହାକୁ ଗୋଟିଏ କପ୍ ପାଣି ରହିବା ଯାଏଁ ସିଝାନ୍ତୁ । ଏହାକୁ ଦିନକୁ ଦୁଇଥର ସେବନ କରନ୍ତୁ । ଏହାଦ୍ବାରା ଜ୍ବରରୁ ଉପଶମ ମିଳିଥାଏ । ତେବେ ହୃଦରୋଗ ପାଇଁ ମହୌଷଧି ଭାବେ କାମ କରେ ଗୁଳୁଚି ଲତା ।