କନକ ବ୍ୟୁରୋ : ଡ଼ିପଥେରିଆ ରୋଗରେ ଜଣେ ଛାତ୍ରର ମୃତ୍ୟୁପରେ ଏକ ବିଶେଷଜ୍ଞ ଟିମ କାଲିମେଳାରେ ପହଁଚି ସ୍ଥିତି ଯାଂଚ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ  ଅନୁସାରେ ଏହି ଟିମ ଆଜି ପ୍ରଥମେ ଚିତ୍ରାଙ୍ଗପାଲୀ ଆଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ।  ଏହାପରେ ଟିମ କାଲିମେଳା ମେଡ଼ିକାଲ ଆସି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ୮ଜଣ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଚିତ୍ରାଙ୍ଗପାଲୀ ଆଶ୍ରମ ବିଦ୍ୟାଳୟର ଜଣେ ୪ର୍ଥ ଶ୍ରେଣୀ ଛାତ୍ର ଶିବୁ ମାଡ଼କାମୀଙ୍କର ଡ଼ିପଥେରିଆ ରୋଗରେ ଗତ ସପ୍ତାହରେ ମୃତ୍ୟୁ ହୋଇଥିଲା । ଏହାସହ ୨ଜଣ ଛାତ୍ରଙ୍କ ନିକଟରେ ଡ଼ିପେଥେରିଆ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।  ୮ଜଣ ଛାତ୍ରକୁ କାଲିମେଳା ମେଡ଼ିକାଲରେ ରଖାଯାଇ ଚିକିତ୍ସା କରାଯାଉଛି । ଆଶ୍ରମ ବିଦ୍ୟାଳୟରେ ବ୍ୟାପିଥିବା ଡ଼ିପଥେରିଆ ରୋଗ ବର୍ତମାନ ନିୟନ୍ତ୍ରାଣଧୀନ ରହିଛି ।