ଆସିଲେନି ଡାକ୍ତର ; ମୋବାଇଲ ଲାଇଟରେ ଗୁରୁତର ରୋଗୀଙ୍କ ଚିକିତ୍ସା କଲେ ପିଅନ

ଡାକ୍ତର ଆସିଲେନି, ପିଅନ କଲେ ଚିକିତ୍ସା । ଗୁରୁତରଙ୍କୁ ମୋବାଇଲ ଲାଇଟ୍‌ରେ ପିଅନ ଚିକିତ୍ସା କଲେ  । କୋରାପୁଟ ଲମତାପୁଟ ସଦର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଘଟଣା ।  

28

କନକ ବ୍ୟୁରୋ: ଲୋକଙ୍କ ଚିକିତ୍ସା ପାଇଁ  ଯୋଗାଇଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଭିତ୍ତିଭୂମି ନଥିବାରୁ ମୋବାଇଲ ଲାଇଟ୍‌ରେ ହେଉଛି ଚିକିତ୍ସା। ପୁଣି ରୋଗୀଙ୍କ ଚିକିତ୍ସା କରୁଛନ୍ତି ମେଡିକାଲ  ପିଅନ । ସ୍ୱାସ୍ଥ୍ୟ ସେବାର ଏଭଳି ବିକଳ ଚିତ୍ର କୋରାପୁଟ ଜିଲ୍ଲା ଲମତାପୁଟ ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆସିଛି । 

ଡାକ୍ତରଖାନାରେ ମୋବାଇଲ ଟର୍ଚ୍ଚରେ ଚାଲିଛି ଚିକିତ୍ସା । ଗତକାଲି ରାତି ୧୦ଟା ସମୟରେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ହୋଇ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । କିନ୍ତୁ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ନଥିବାରୁ ଯୁବକ ଜଣଙ୍କୁ ମୋବାଇଲର ଟର୍ଚ୍ଚ ଲାଇଟରେ ଚିକିତ୍ସା କରାଯାଇଥିଲା। ଡାକ୍ତରଙ୍କ ଅନୁପସ୍ଥିତିରେ ମେଡିକାଲର ପିଅନ ଚିକିତ୍ସା କରିଥିଲେ । ସୂଚନା ଅନୁସାରେ,  ଅସରାଏ ବର୍ଷାହେଲେ ଲମତାପୁଟରେ ବିଦ୍ୟୁତ ଗାଏବ ହୋଇଯାଉଛି । ବେଳେ ବେଳେ ଦୁଇ ତିନି ପରେ ପରେ କରେଣ୍ଟ ଆସୁଛି ।  ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବୀ ହେଉଥିଲେ ମଧ୍ୟ ଏହାର କିଛି ଲାଭ ହେଉନି  । ଫଳରେ ବୁଦ୍ୟୁତ୍‌ କଟିଯିବାରୁ ମୋବାଇଲ ଟର୍ଚ୍ଚରେ ଚିକିତ୍ସା କରିଛନ୍ତି ମେଡିକାଲର ପିଅନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe