କନକ ବ୍ୟୁରୋ: ଲୋକଙ୍କ ଚିକିତ୍ସା ପାଇଁ ଯୋଗାଇଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଭିତ୍ତିଭୂମି ନଥିବାରୁ ମୋବାଇଲ ଲାଇଟ୍ରେ ହେଉଛି ଚିକିତ୍ସା। ପୁଣି ରୋଗୀଙ୍କ ଚିକିତ୍ସା କରୁଛନ୍ତି ମେଡିକାଲ ପିଅନ । ସ୍ୱାସ୍ଥ୍ୟ ସେବାର ଏଭଳି ବିକଳ ଚିତ୍ର କୋରାପୁଟ ଜିଲ୍ଲା ଲମତାପୁଟ ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆସିଛି ।
ଡାକ୍ତରଖାନାରେ ମୋବାଇଲ ଟର୍ଚ୍ଚରେ ଚାଲିଛି ଚିକିତ୍ସା । ଗତକାଲି ରାତି ୧୦ଟା ସମୟରେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ହୋଇ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । କିନ୍ତୁ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ନଥିବାରୁ ଯୁବକ ଜଣଙ୍କୁ ମୋବାଇଲର ଟର୍ଚ୍ଚ ଲାଇଟରେ ଚିକିତ୍ସା କରାଯାଇଥିଲା। ଡାକ୍ତରଙ୍କ ଅନୁପସ୍ଥିତିରେ ମେଡିକାଲର ପିଅନ ଚିକିତ୍ସା କରିଥିଲେ । ସୂଚନା ଅନୁସାରେ, ଅସରାଏ ବର୍ଷାହେଲେ ଲମତାପୁଟରେ ବିଦ୍ୟୁତ ଗାଏବ ହୋଇଯାଉଛି । ବେଳେ ବେଳେ ଦୁଇ ତିନି ପରେ ପରେ କରେଣ୍ଟ ଆସୁଛି । ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବୀ ହେଉଥିଲେ ମଧ୍ୟ ଏହାର କିଛି ଲାଭ ହେଉନି । ଫଳରେ ବୁଦ୍ୟୁତ୍ କଟିଯିବାରୁ ମୋବାଇଲ ଟର୍ଚ୍ଚରେ ଚିକିତ୍ସା କରିଛନ୍ତି ମେଡିକାଲର ପିଅନ ।