ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ଏବଂ ସୁବିଧା କେତେ ନିମ୍ନମାନର ତାହା କାହାକୁ ଅଛପା ନାହିଁ । ସରକାର , ପ୍ରଶାସନ ଯେତେ ବଢେଇଚଢେଇ କହିଲେ ମଧ୍ୟ ଗ୍ରାଉଣ୍ଡର ସ୍ଥିତି ହିଁ ଚିତ୍କାର କରି କରି ସତ କହୁଛି । ଏଭଳି ସ୍ଥିତିରେ ଆଖିକୁ ବିଶ୍ବାସ କରିବା ନା କଥାରେ ତାହା ଆପଣଙ୍କ ବିଚାର । ତେବେ ଏ ତ ଗଲା ସରକାରୀ ମେଡିକାଲ୍ କଥା କିନ୍ତୁ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ମେଡିକାଲ୍ କଲେଜର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭିଡ଼ିଓଟି ଜବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋସ୍ ମେଡିକାଲ୍ କଲେଜର ବୋଲି ଜଣାପଡ଼ିଛି । ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡ଼ିଓକୁ ଯେ କେହିବି ଦେଖୁଛନ୍ତି କମେଣ୍ଟରେ ଛି ଛି ହିଁ କହୁଛନ୍ତି ।
जबलपुर के सरकारी मेडिकल कॉलेज में राष्ट्रीय स्तर का कॉन्फ्रेंस था, एक वीडियो वायरल हुआ जिससे ऐसा लग रहा है कि खाना शौचालय में लगे नल के पानी से बना, प्रशासन का कहना है इस पानी से सिर्फ बर्तन धुले, जांच के आदेश दिए गए हैं pic.twitter.com/gl3CP88v6r
— Anurag Dwary (@Anurag_Dwary) February 11, 2025
ଫେବୃୟାରୀ ୬ ତାରିଖରେ ଜବଲପୁର ମେଡିକାଲ୍ କଲେଜରେ ନ୍ୟାସନାଲ୍ ମେଡିକାଲ୍ କନଫ୍ରେନ୍ସ ଚାଲିଥାଏ । ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଅନେକ ବରିଷ୍ଠ ଡାକ୍ତର ଏବଂ ବିଶେଷଜ୍ଞ ଜବଲପୁର ପହଁଞ୍ଚିଥିଲେ । ଅତିଥିଙ୍କ ଚର୍ଚ୍ଚା କରିବା ପାଇଁ ଚାଲିଥିଲା ରୋଷେଇ , କିନ୍ତୁ କେଉଁ ପାଣିରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମେଡିକାଲ୍ କଲେଜର ଟଏଲେଟରେ ଲାଗିଥିବା ପାଇପର ଜେଟ୍ ସ୍ପ୍ରେରୁ ପାଣି ଆଣି ଅତିଥି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିଲା ରୋଷେଇ । ଭିଡ଼ିଓରେ ଦେଖାଯାଉଛି ଯେ ପାଣିର ଅସନା ପାଇପ୍ ଖାଦ୍ୟ ରଖାଯାଇଥିଲା ବାସନ ପର୍ଯ୍ୟନ୍ତ ଲମ୍ବିଛି । ମେଡିକାଲ୍ କନଫ୍ରେନ୍ସରେ ନିମନ୍ତ୍ରିତ ହୋଇଥିବା ଅତିଥି , ଛାତ୍ରଛାତ୍ରୀଙ୍କ ପାଇଁ ଏହି ପାଣିରୁ ତିଆରି ହେଉଥିଲା ରୋଷେଇ । ସ୍ବାଭାବିକ ଭାବରେ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି । ଏତେ ବଡ଼ କଲେଜରେ ପିଇବା ପାଇଁ ତ ପାଣିର ବ୍ୟବସ୍ଥା ନିଶ୍ଚୟ ଥିବ କିନ୍ତୁ ରୋଷେଇ ପାଇଁ କାହିଁକି ଟଏଲେଟର ଜେଟ୍ ସ୍ପ୍ରେରୁ ବାହାରୁଥିବା ପାଣିକୁ ବ୍ୟବହାର କରାଯାଉଛି ? ଭିଡ଼ିଓକୁ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ଭିଡ଼ିଓ ଭାଇରାଲ୍ ତ ହେଲା କିନ୍ତୁ ଏବେ ୟୁଜର୍ସ କଲେଜର ମ୍ୟାନେଜମେଣ୍ଟ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଭିଡ଼ିଓ ଦେଖିବା ପରେ ମ୍ୟାନେଜମେଣ୍ଟ୍ ମଧ୍ୟ ମୁହଁ ଖୋଲିଛି । କଲେଜର ଡିନ୍ ନବନୀତ୍ ସକ୍ସେନା କହିଛନ୍ତି , ‘ସେହି ପାଣିର ବ୍ୟବହାର ଖାଇବା ପ୍ରସ୍ତୁତରେ ନୁହଁ କେବଳ ଅସନା ବାସନକୁ ଧୋଇବାରେ ବ୍ୟବହାର କରାଯାଇଥିଲା । କଲେଜକୁ ବଦନାମ୍ କରିବା ପାଇଁ ଏହି ଭିଡ଼ିଓକୁ ଭୁଲ୍ ଶୈଳୀରେ ଲୋକଙ୍କ ଆଗକୁ ଅଣାଯାଇଛି ।’