କନକ ବ୍ୟୁରୋ : ଦୀପାବଳିରେ ଫୁଟିବନି କେମିକାଲଯୁକ୍ତ ବାଣ । କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ରୋକ୍ । କେବଳ ଗ୍ରୀନ୍ କ୍ରାକର ବା ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏଠି ପ୍ରଶ୍ନ ଉଠୁଛି, ଗ୍ରୀନ୍ କ୍ରାକର କ’ଣ ? କିଭଳି ଏହାକୁ ଚିହ୍ନିବେ ?
ସବୁଜ ବାଣ କ’ଣ ?
- ଗ୍ରୀନ୍ କ୍ରାକରରେ ଅପେକ୍ଷାକୃତ ସ୍ୱଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ ।
- ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ୍ ଓ ବେରିୟମ୍ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶିଥାଏ ।
- ଗ୍ରୀନ୍ କ୍ରାକରରେ କ୍ଷତିକାରକ କେମିକାଲ ମିଶିନଥାଏ ।
- ଗ୍ରୀନ୍ କ୍ରାକରରେ ଆଲୁମିନିୟମ୍ , ଲିଡ୍ ଓ କାର୍ବନ ଥାଏ ।
- ଏହି ବାଣ ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ବାହାରିଥାଏ ।
- ପାରମ୍ପରିକ ବାଣର ଶବ୍ଦ ତୀବ୍ରତା ୧୬୦ ଡେସିବେଲ୍ ପାଖାପାଖି ରହିଥାଏ ।
- ଗ୍ରୀନ୍ କ୍ରାକରରେ ଶବ୍ଦ ତୀବ୍ରତା ୧୧୦ରୁ ୧୨୫ ଡେସିବେଲ୍ ମଧ୍ୟରେ ରହିଥାଏ ।
କିପରି ଚିହ୍ନିବେ ସବୁଜ ବାଣ ?
- ଗ୍ରୀନ କ୍ରାକର ପ୍ୟାକେଟରେ CSIR ସାର୍ଟିଫାଏଡ୍ ଗ୍ରୀନ୍ ଲୋଗୋ ଥିବ ।
- QR କୋଡ୍ ମଧ୍ୟ ପ୍ୟାକେଟ୍ରେ ରହିଥାଏ ।
- QR କୋଡ୍ ସ୍କାନ୍ କରିବା ଦ୍ୱାରା ନିର୍ଗମନ ସ୍ତର ଜଣାପଡେ ।
- ଅନ୍ୟାନ୍ୟ ସୁରକ୍ଷା ଦିଗ ବିଷୟରେ ସୂଚନା ମିଳିଥାଏ ।
- ଫଳରେ ସହଜରେ ଚିହ୍ନଟ କରିପାରିବେ ଗ୍ରାହକ ।
- କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାମାନେ ସବୁଜ ବାଣ ବିକ୍ରି କରନ୍ତି ।