ମୟୂରଭଞ୍ଜ ବେତନଟୀ ଗଣିତ ଶିକ୍ଷକ ବଳରାମ ମହନ୍ତଙ୍କ ଅଭିନବ ଆପ୍, ବିନା ନେଟୱାର୍କରେ କରିବ କାମ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଏସ.ଏସ ମହୁଳିଆ ଗାଁର ବଳରାମ ମହାନ୍ତ । ବସପିଠା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଆଶ୍ରମ ସ୍କୁଲରେ ୨୦୦୭ରୁ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି ।

19

Photograph: (kanak news)

କନକ ବ୍ୟୁରୋ: ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ । ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ଟେକ୍ନୋଲୋଜି ବାହାରୁଛି । ହେଲେ ଅନେକ ଅପହଞ୍ଚ ଅଞ୍ଚଳରେ ସୁବିଧା ପାଇପାରୁନାହାନ୍ତି ଛାତ୍ରଛାତ୍ରୀ । ଏହି ଅଭାବକୁ ପୂରଣ କରିବା ପାଇଁ ଏକ ଡିଜିଟାଲ୍‌ ଆପ୍‌ ବାହାର କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ର ଗଣିତ ଶିକ୍ଷକ ବଳରାମ ମହାନ୍ତ । 

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଏସ.ଏସ ମହୁଳିଆ ଗାଁର ବଳରାମ ମହାନ୍ତ । ବସପିଠା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଆଶ୍ରମ ସ୍କୁଲରେ ୨୦୦୭ରୁ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଭାବନ କରିଛନ୍ତି ‘ମେଧାବୀ ଓଡ଼ିଶା ଡିଜିଟାଲ୍‌ ଏଜୁକେସନ’ । ୪ବର୍ଷ ଧରି ଦିନ ରାତି ଗବେଷଣା କରି ଏହି ଆପ୍‌କୁ ବାହାର କରିଛନ୍ତି ବଳରାମ ସାର୍‌ । ବିନା ନେଟୱର୍କରେ ବି ଏହା କାମ କରିବ । 

ଆପ୍‌ରେ ଦଶମ ଶ୍ରେଣୀର ସବୁ ବିଷୟର ୧୦ ହଜାରରୁ ଅଧିକ ଏମ୍‌ସିକ୍ୟୁ ପ୍ରଶ୍ନୋତ୍ତର ରହିଛି। ଯାହା ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ମାର୍କ ରଖିବାରେ ସହାୟକ ହେବ। ତେବେ ଏହି ଆପ୍‌ଟି ବର୍ତ୍ତମାନ ସୁଦ୍ଧା ପ୍ଲେ ଷ୍ଟୋର କିମ୍ବା ଗୁଗଲରେ ଉପଲବ୍ଧ କରାଯାଇ ପାରିନାହିଁ। ଏଥିପାଇଁ ବିଦ୍ୟାର୍ଥୀ ଏବଂ ଅଭିଭାବକ ସିଧାସଳଖ ବଳରାମ ସାର୍‌ଙ୍କ ସହ କଥା ହୋଇ ଏହାର ସୁବିଧା ପାଇପାରିବେ।

ଗ୍ରାମାଞ୍ଚଳର ଅଭିଜ୍ଞ ଶିକ୍ଷକଙ୍କ ଅଭାବ ଯୋଗୁଁ ଅନେକ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ହୋଇପାରୁନି। ଏପରି ଏକ ଆପ୍‌ ନିଶ୍ଚିତ ଭାବେ ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe