କନକ ବ୍ୟୁରୋ : ନିରୀହ ଲୋକଙ୍କୁ ଶିକାରୀ ଭାବି ମାଡ଼ ମାରିଲେ, ଘରେ ପଶି ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ ବନ କର୍ମଚାରୀ । ବନ ବିଭାଗର ଏଭଳି କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି ଗ୍ରାମବାସୀ । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧନୁତୀର, ଫାର୍ସା, କୁରାଢ଼ି, କଟୁରୀ ଧରି ରାସ୍ତା ଅବରୋଧ କରିଛନ୍ତି । ବିଟ୍ ହାଉସକୁ ଧସେଇ ପଶିବାକୁ ଉଦ୍ୟମ କରି ପୁଲିସ ଓ ବନ ବିଭାଗ ସହ ମୁହାଁମୁହିଁ ହୋଇଛନ୍ତି ।
କପ୍ତିପଦା-ମୟୂରଭଞ୍ଜ ରାସ୍ତାର କଟୁରିଆ ଛକରେ ଶୁଭିଥିଲା ଗ୍ରାମବାସୀଙ୍କ ଗର୍ଜନ । ରାସ୍ତା ଅବରୋଧ ଯୋଗୁଁ ଅଟକି ରହିଥିଲା ଯାନବାହାନ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୁଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ସୂଚନା ଅନୁସାରେ, ୨ଦିନ ତଳେ ଗାଁର କିଛି ବ୍ୟକ୍ତି ଗୋରୁ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ସେଠାରେ ତାଙ୍କୁ ଶିକାରୀ ଭାବି ମାଡ଼ ମାରିଥିଲେ ବନ କର୍ମଚାରୀ । ତା’ପରେ ଗାଁରେ ସେମାନଙ୍କ ଫଟୋ ଦେଖାଇ ଘରେ ପଶି ମହିଳାଙ୍କୁ ମାଡ଼ ମାରି ବନ୍ଧୁକ ଦେଖାଇ ବନ କର୍ମଚାରୀ ଧମକାଇଥିବା ଅଭିଯୋଗ ହୋଇଛି ।
କଟୁରିଆ ବିଟ ହାଉସ ଘେରାଉ କରିଥିଲେ ଗ୍ରାମବାସୀ । ଜଙ୍ଗଲ ପାଖରେ ଗାଁ, ଜଙ୍ଗଲ ଭିତରେ ଜୀବିକା । ତେବେ ଜଙ୍ଗଲକୁ ଗାଈ ଚରାଇବାକୁ ଯାଉଥିଲା ନିରୀହ ନିର୍ଦ୍ଦୋଷୀଙ୍କୁ ଆକ୍ରମଣ ଘଟଣାକୁ କେବେ ବି ବରଦାସ୍ତ କରାଯିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/18/protest-2025-09-18-18-18-23.jpg)