ମୟୂରଭଞ୍ଜ ରାୟାଁ ସ୍କୁଲର ଘଟଣା । ଗଣେଷ ପୂଜା ଭୋଗ ଖାଇ ୧୦୦ ରୁ ଅଧିକ ଅସୁସ୍ଥ

Advertisment

ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି । ଶନିବାର ଦିନ ୧୨ଟା ସମୟରେ ଭୋଗ ଖାଇ ଥିଲେ ।  ରାତି ଦୁଇଟା ପରେ ପେଟ ବ୍ୟଥା, ବାନ୍ତି ଓ ଝାଡା ଆରମ୍ଭ ହୋଇ ଥିଲା।

ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି । ଶନିବାର ଦିନ ୧୨ଟା ସମୟରେ ଭୋଗ ଖାଇ ଥିଲେ ।  ରାତି ଦୁଇଟା ପରେ ପେଟ ବ୍ୟଥା, ବାନ୍ତି ଓ ଝାଡା ଆରମ୍ଭ ହୋଇ ଥିଲା।

35y

କନକ ବ୍ୟୁରୋ : ଗଣେଶ ପୂଜା ଭୋଗ ଖାଇ ୧୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଝାଡା ବାନ୍ତି ରେ ଗୁରୁତର ।  ଗତ କାଲି ବାଙ୍ଗିରିପୋଷି ବ୍ଲକ  ଭୂଆସୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲ ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା । ଗଣେଶଙ୍କ ଠାରେ ଲାଗି ହୋଇଥିବା ଚୁଡା ଭୋଗ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ।   ଭୋଗ ଖାଇ ଆଜି ୧୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର ହୋଇପଡ଼ିଥିଲେ  । ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି । ଶନିବାର ଦିନ ୧୨ଟା ସମୟରେ ଭୋଗ ଖାଇ ଥିଲେ ।  ରାତି ଦୁଇଟା ପରେ ପେଟ ବ୍ୟଥା, ବାନ୍ତି ଓ ଝାଡା ଆରମ୍ଭ ହୋଇ ଥିଲା। ଖବର ପାଇ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଲକ୍ଷ୍ମୀ ପ୍ରିୟା ପ୍ରଧାନ ଙ୍କ ନେତୃତ୍ବରେ ଦୁଇଟି ଡାକ୍ତରୀ ଦଳ ଗାଁରେ ଚିକିତ୍ସା କରୁଥିବା ବେଳେ ଛଅଟି ଆମ୍ବୁଲାନ୍ସ ଆକ୍ରାନ୍ତକୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରୁଛନ୍ତି। ସମସ୍ତଙ୍କ ଅବସ୍ଥା ସ୍ଥିର ଅଛି। ଡରିବାର କିଛି କାରଣ ନାହିଁ ବୋଲି ଡାକ୍ତର ଲକ୍ଷ୍ମୀ ପ୍ରିୟା ପ୍ରଧାନ କହିଛନ୍ତିା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe