କନକ ବ୍ୟୁରୋ: ଗତକାଲି ବାଙ୍ଗିରିପୋଷି ଘାଟି ନିକଟରେ ଘଟିଥିବା ଦୁର୍ଘଟଣା ବେଳେ ରାସ୍ତାଜାମ ଥିବାରୁ ଅନ୍ୟ ଏକ ବାଟରେ ଯାଉଥିଲେ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ । ଯାହାକୁ ବିରୋଧ କରିଥିଲେ ସାଧାରଣ ଲୋକେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି । ଘଟଣା ମୁତାବକ ଗତକାଲି ମଧ୍ୟାହ୍ନ ସମୟରେ ବାଙ୍ଗିରିପୋଷି ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଏକ ବସ ଓ ବାଇକ୍ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁଇଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ରୋକ କରିଥିଲେ। ଏହି ସମୟରେ ସାଂସଦ ନବଚରଣ ମଝି ଅନ୍ୟ ଏକ ରାସ୍ତାରେ ଯାଉଥିଲେ । ଯାହା ଲୋକଙ୍କ ନଜର ପଡ଼ିବାରୁ ସେମାନେ ବିରୋଧ କରିଥିଲେ। ଏବଂ ଉତ୍ୟକ୍ତ ଲୋକେ ତାଙ୍କୁ ଅଟକାଇ ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ । ଯାହାଫଳରେ ସାଂସଦ ନବଚରଣ ମାଝୀଙ୍କୁ  ହଟହଟା ହେବାକୁ ପଡିଥିଲା । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ହେଉଛି ।