୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକୁଟିଆ ଲଢ଼ିବ ମାୟାବତୀଙ୍କ ଦଳ

Advertisment

ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ ନ କରି ଏକୁଟିଆ ଲଢ଼ିବ ବୋଲି ଜଣାପଡ଼ିଛି।

ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ ନ କରି ଏକୁଟିଆ ଲଢ଼ିବ ବୋଲି ଜଣାପଡ଼ିଛି।

18bbs_26_18022026_111

Photograph: (kanaknews)

କନକବ୍ୟୁରୋ : ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ ନ କରି ଏକୁଟିଆ ଲଢ଼ିବ ବୋଲି ଜଣାପଡ଼ିଛି । ବୁଧବାର ମାୟାବତୀ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ଖବରକୁ ମିଥ୍ୟା କହି ଖଣ୍ଡନ କରିଛନ୍ତି ।  ମାୟାବତୀ ଏକ ପ୍ରେସ୍‌ ବ୍ରିଫିଂରେ ଅଭିଯୋଗ କରିଥିଲେ ଯେ, ଏଆଇ ମାଧ୍ୟମରେ ଏପରି ମିଥ୍ୟା ରିପୋର୍ଟର ପ୍ରସାର କରାଯାଉଛି। ତାଙ୍କ ଦଳ ଏକୁଟିଅ ନିର୍ବାଚନ ଲଢ଼ିବ ବୋଲି ବାରମ୍ବାର ଘେଷଣା କରିବା ସତ୍ତ୍ବେ ଏପରି ମିଥ୍ୟା ଖବର ପ୍ରସାରିତ ହେବାରେ ଲାଗିଛି । 

୨୦୨୫ ଅକ୍ଟୋବର ୯ରେ ଦଳର ପ୍ରତିଷ୍ଠାତା କାଂଶୀରାମ ପୁଣ୍ୟତିଥିରେ ଦଳ ଲକ୍ଷ୍ନୌରେ ଏକ ମେଗା ରାଲି କରି ଏ ବିଷୟରେ ଘୋଷଣା କରିଥିଲା ।  ତଥାପି କିଛି ଲୋକ ଓ ଗଣମାଧ୍ୟମ ମିଥ୍ୟା ଖବର ପ୍ରସାର କରିବା ଦିଗରେ କାମ କରୁଛନ୍ତି ।   ମାୟାବତୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ, ସମାଜବାଦୀ ପାର୍ଟି ଓ ବିଜେପିର ମାନସିକତା ସଂକୀର୍ଣ୍ଣ ଓ ସେମାନେ ବିଆର୍‌ ଆମ୍ବେଦକରଙ୍କ ନୀତିଆଦର୍ଶକୁ ବିରୋଧ କରନ୍ତି । ୨୦୨୭ରେ ବିଏସ୍‌ପି ୨୦୦୭ ମସିହାଠାରୁ ମଧ୍ୟ ଅଧିକ ଆସନ ଆଣି ଏକୁଟିଆ ସରକାର ଗଢ଼ିବ ‌ବୋଲି ମାୟାବତୀ ଆଶାବ୍ୟକ୍ତ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe