କନକବ୍ୟୁରୋ : ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍ପି) ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ ନ କରି ଏକୁଟିଆ ଲଢ଼ିବ ବୋଲି ଜଣାପଡ଼ିଛି । ବୁଧବାର ମାୟାବତୀ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ଖବରକୁ ମିଥ୍ୟା କହି ଖଣ୍ଡନ କରିଛନ୍ତି । ମାୟାବତୀ ଏକ ପ୍ରେସ୍ ବ୍ରିଫିଂରେ ଅଭିଯୋଗ କରିଥିଲେ ଯେ, ଏଆଇ ମାଧ୍ୟମରେ ଏପରି ମିଥ୍ୟା ରିପୋର୍ଟର ପ୍ରସାର କରାଯାଉଛି। ତାଙ୍କ ଦଳ ଏକୁଟିଅ ନିର୍ବାଚନ ଲଢ଼ିବ ବୋଲି ବାରମ୍ବାର ଘେଷଣା କରିବା ସତ୍ତ୍ବେ ଏପରି ମିଥ୍ୟା ଖବର ପ୍ରସାରିତ ହେବାରେ ଲାଗିଛି ।
୨୦୨୫ ଅକ୍ଟୋବର ୯ରେ ଦଳର ପ୍ରତିଷ୍ଠାତା କାଂଶୀରାମ ପୁଣ୍ୟତିଥିରେ ଦଳ ଲକ୍ଷ୍ନୌରେ ଏକ ମେଗା ରାଲି କରି ଏ ବିଷୟରେ ଘୋଷଣା କରିଥିଲା । ତଥାପି କିଛି ଲୋକ ଓ ଗଣମାଧ୍ୟମ ମିଥ୍ୟା ଖବର ପ୍ରସାର କରିବା ଦିଗରେ କାମ କରୁଛନ୍ତି । ମାୟାବତୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ, ସମାଜବାଦୀ ପାର୍ଟି ଓ ବିଜେପିର ମାନସିକତା ସଂକୀର୍ଣ୍ଣ ଓ ସେମାନେ ବିଆର୍ ଆମ୍ବେଦକରଙ୍କ ନୀତିଆଦର୍ଶକୁ ବିରୋଧ କରନ୍ତି । ୨୦୨୭ରେ ବିଏସ୍ପି ୨୦୦୭ ମସିହାଠାରୁ ମଧ୍ୟ ଅଧିକ ଆସନ ଆଣି ଏକୁଟିଆ ସରକାର ଗଢ଼ିବ ବୋଲି ମାୟାବତୀ ଆଶାବ୍ୟକ୍ତ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/18bbs_26_18022026_111-2026-02-18-17-06-01.jpg)