କନକ ବ୍ୟୁରୋ : ରାଜଧାନୀ ଲକ୍ଷ୍ନୌରେ ରବିବାର ଦିନ ବହୁଜନ ସମାଜବାଦୀ ପାର୍ଟିର ନେତ୍ରୀ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ଉତ୍ତରପ୍ରଦେଶର ସାଂଗଠାନିକ ପ୍ରସ୍ତୁତି, କମିଟି ଗଠନ ସହ ସର୍ବସମାଜରେ ପାର୍ଟିର ଜନାଧାର ବୃଦ୍ଧି କରିବା ଉପରେ ଚର୍ଚ୍ଚା ହୋଇଛି । ଏହା ବ୍ୟତୀତ ଦେଶ ଭିତରେ ଚାଲିଥିବା ତାଜା ଘଟଣାକ୍ରମ ଉପରେ ବି ଆଲୋଚନା ହୋଇଛି । 

Advertisment

ଏହି ଅବସରରେ ବିଏସପିର ସଂସ୍ଥାପକ ଓ କାଂଶୀରାମଙ୍କ ପୂର୍ଣ୍ଣ୍ୟତିଥୀ ଉପରେ ଲକ୍ଷ୍ନୌରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିବେଦନ କରାଯାଇଛି । ବୈଠକରେ ମାୟାବତୀ ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟରେ ଧାର୍ମିକ ସ୍ଥଳ ଏବଂ ଅନେକ ସନ୍ଥ ଗୁରୁଙ୍କୁ ହତାଦର କରି ସାମାଜିକ, ସାମ୍ପ୍ରଦାୟିକ ଓ ରାଜନୈତିକ ସ୍ଥିତି ବିଗୁଡୁଥିବା ଉପରେ ଚିନ୍ତା ପ୍ରକଟ କରିଛନ୍ତି । 

କେବଳ ସେତିକି ନୁହେଁ ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ଟାରିଫକୁ ନେଇ ମାୟାବତୀ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ମାୟାବତୀ କହିଛନ୍ତି କି ଭାରତ ସରକାର ନିଜର ନୀତି ଓ କାର୍ଯ୍ୟକ୍ରମରେ ସୁଧାରବାଦୀ ନୀତି ଆପଣାନ୍ତୁ । ନହେଲେ ଦେଶର ଦଳିତ, ଗରିବମାନେ ମହଙ୍ଗାମାଡ଼ରେ ଅତିଷ୍ଠ ହେବା ଭଳି ବିଭତ୍ସତା ଦେଖିବାକୁ ମିଳିବ। ଏହା ଫଳରେ ଦେଶର ମାନ ସମ୍ମାନ ହାନି ହେବ ଓ ଭାରତର ଚିତ୍ର ବିଶ୍ୱରେ ପ୍ରଭାବିତ ହେବ । ଏଥିରୁ ଦେଶର ସମ୍ମାନ ରକ୍ଷା କରିବା ଆବଶ୍ୟକ ବୋଲି ସରକାରଙ୍କୁ ମାୟାବତୀ ପରାମର୍ଶ ଦେଇଛନ୍ତି । 

ବିଏସପି ମୁଖ୍ୟ କହିଛନ୍ତି କି, ଏଥର କାଂଶୀରାମଙ୍କ ପୂର୍ଣ୍ଣ୍ୟତିଥୀ କାର୍ଯ୍ୟକ୍ରମ କାଂଶୀରାମଙ୍କ ସ୍ମାରକ ସ୍ଥଳରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନିଜେ ନେବେ ।