କନକବ୍ୟୁରୋ: ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ମୁମ୍ବାଇ। ଯାନବାହନ ଚଳାଚଳ ଠପ, ରାତିସାରା ଫସିରହିଲେ ଲୋକମାନେ ।  ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରକୋପ କରିଛି ପ୍ରକୃତି । ଭୀଷଣ ବର୍ଷା ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି । ବର୍ଷାରେ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ।

Advertisment

ଅନ୍ୟପଟେ ବିମାନ ବନ୍ଦର ପରିସ୍ଥିତି ମଧ୍ୟ ତଦ୍ରୁପ। ପାଗ ଖରାପ ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି । କିଛି ବିମାନକୁ ଡାଇଭର୍ଟ କରାଯାଇଛି, ଅନେକ ବିମାନର ଉଡାଣ ବିଳମ୍ବିତ ହୋଇଛି ।  ପାଣିପାଗ ବିଜ୍ଞାନ ବିଭାଗ ଆଜି ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି। ଆଇଏମଡିଙ୍କ ସତର୍କତାକୁ ନଜରରେ ରଖି ନଗର ନିଗମ ବଡ ପଦକ୍ଷେପ ନେଇଛନ୍ତି।

ଗୁରୁବାର ମୁମ୍ବାଇର ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଯେ କୌଣସି ପ୍ରକାର ବିପର୍ୟ୍ୟୟର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ବୁଧବାର ମୁମ୍ବାଇରେ ମୁଶଳଧାରା ବର୍ଷା ଆରମ୍ଭ ହୋଇଯାଇଛି । ଫଳରେ ମହାନଗରର ତଳିଆ ଅଞ୍ଚଳକୁ ପାଣି ପଶିଥିବା ବେଳେ ଲୋକାଲ ରେଳ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ।