କନକ ବ୍ୟୁରୋ : ମାୟାଧର କ୍ଲାସେସ ଓଡ଼ିଶାର ଏକ ପ୍ରତିଷ୍ଠିତ କୋଚିଂ ସଂସ୍ଥା, ଏହାର ଶ୍ରେଷ୍ଠ ନିଟ୍ ରାଙ୍କର୍ସମାନଙ୍କୁ ଡ. ମାୟାଧର ସାହୁଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଏହି ସଂସ୍ଥାର ପ୍ରତିଷ୍ଠାତା ଡ. ମାୟାଧର ସାହୁ ଶିକ୍ଷା ପାଇଁ ଉପଯୁକ୍ତ ଏବଂ ପର୍ଯ୍ୟାପ୍ତ ଭୌତିକ ଭିତ୍ତିଭୂମିର ବ୍ୟବସ୍ଥା କରିଛନ୍ତି  । ଭୁବନେଶ୍ୱର ସତ୍ୟବିହାର ଠାରେ ଏହାର ନିଜସ୍ୱ କୋଠାରେ ଉଚ୍ଚ  ଗୁଣବତ୍ତା  ଶିକ୍ଷା ପ୍ରଦାନ କରି ଆସୁଅଛି । ଏହାର ଲକ୍ଷ୍ୟ ହେଉଛି ନିଟ୍, ଜେଇଇ, ଓୟୁଏଟି, ଆଇଆଇଏସଇଆର, ନାଇଜର ଏବଂ ଅନ୍ୟାନ୍ୟ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବା । ଏବର୍ଷ ମାୟାଧର ସାରଙ୍କ କ୍ଲାସ ଏବଂ ବହିରୁ ପ୍ରତ୍ୟେକଟି ପ୍ରଶ୍ନ ପରୀକ୍ଷାରେ ଆସିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି  । ଛାତ୍ରଛାତ୍ରୀମାନେ ତାଙ୍କ କୌଶଳକୁ ଆପଣାଇ ଖୁବ୍ କମ୍ ସମୟରେ ପ୍ରଶ୍ନର ଉତ୍ତର  ଦେବାକୁ ସକ୍ଷମ ହୋଇଛନ୍ତି  । ଏହା ଡ.ମାୟାଧର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ, ଯିଏ କି ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଏବଂ ପଦାର୍ଥ ବିଜ୍ଞାନର ଜ୍ଞାନୀ ଅଟନ୍ତି  । ଓଡ଼ିଶା ରାଜ୍ୟର ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଠନ କରିବା ପାଇଁ ଅନେକ ବିଶିଷ୍ଟ ଅଧ୍ୟାପକ ନିଜର ହାତ ବଢ଼ାଇଛନ୍ତି  । ଚଳିତ ଶିକ୍ଷାବର୍ଷ ୨୦୨୪-୨୫ରେ ୧୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୫ରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ସଫଳ ହୋଇଛନ୍ତି । ଏହି ସଂସ୍ଥାର ସର୍ବାଧିକ ସ୍କୋରର ସୌମ୍ୟରଞ୍ଜନ ସେଠୀ ନିଟରେ ୬୬୬ ମାର୍କ ରଖି ଏମ୍ସ, ଋଷିକେଶ ଉତ୍ତରାଖଣ୍ଡ ଏବଂ ଭୁବନେଶ୍ୱରରେ ପାଠ ପଢ଼ିବା ଇଛା ରଖିଛନ୍ତି ।  ଶିକ୍ଷାଦାନ ସହ-ପାଠ୍ୟକ୍ରମ ଏବଂ ଅତିରିକ୍ତ ପାଠ୍ୟକ୍ରମ ଏବଂ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପ ସହିତ ମିଶାଇ ଏକ ସମନ୍ୱିତ ରୂପ ଦିଆଯାଇଛି  । ଏହା ବ୍ୟକ୍ତିମାନଙ୍କୁ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ, ଜାତୀୟ ଆଦର୍ଶରେ ଅନୁପ୍ରାଣିତ ହେବା ସହ ସ୍ଥାନୀୟ କର୍ତ୍ତବ୍ୟ  ଏବଂ ପ୍ରତିବଦ୍ଧତାକୁ ସମ୍ମାନ ଦେବା ପାଇଁ ପ୍ରୋତ୍ସାହିତ କରିଥାଏ  । ଅନେକ ଶିକ୍ଷା ଶିକ୍ଷାଦାନର ବିଭିନ୍ନ କୌଶଳକୁ ବ୍ୟବହାର କରି ଜ୍ଞାନ ବାଣ୍ଟିବାରେ ନିୟୋଜିତ ଅଛନ୍ତି । ଅଧ୍ୟକ୍ଷଙ୍କ ଗତିଶୀଳ ଓ ସକରାତ୍ମକ ନେତୃତ୍ୱ ସମସ୍ତ ଶୈକ୍ଷିକ ଏବଂ ପ୍ରଶାସନିକ ଦିଗକୁ ଏକତ୍ର କରିଥାଏ । ଯାହାଦ୍ୱାରା ମାୟାଧର କ୍ଲାସେସର ଉଦ୍ଦେଶ୍ୟ ସଠିକ ଭାବେ ପାଳନ କରାଯାଇପାରିବ । ଏହାର ପରିଚାଳନା ମଧ୍ୟ ସମସ୍ତ ଲକ୍ଷ୍ୟ ପୂରଣ କରିବାରେ ସହାୟତା ହୋଇଥାଏ । ଗୁଣବତ୍ତା ଏବଂ ଉତ୍କର୍ଷତା ଉପରେ କାର୍ଯ୍ୟକରି ମାୟାଧର କ୍ଲାସେସ୍ ଭୁବନେଶ୍ୱର "ଶିଖ, ନେତୃତ୍ୱ ନିଅ ଏବଂ ବଞ୍ଚ' ମନ୍ତ୍ର ସହିତ ଶିଖିବା ଏବଂ ବଢିବାର ଏକ ସୁଯୋଗ ପ୍ରଦାନ କରିଥାଏ ।