କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯିବା ଏବଂ ଲୋକଙ୍କ ସହାନୁଭୂତି ପାଇବା ପବ୍ଲିସିଟି ଷ୍ଟଣ୍ଟ କି ? ଏଭଳି ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ସେ କହିଛନ୍ତି, ନବୀନ ବାବୁଙ୍କୁ ଲୋକମାନେ ଭଲ ପାଉଛନ୍ତି , ଏହା ନିରାଟ ସତ୍ୟ କଥା । ପ୍ରଭୁ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ । ତାଙ୍କ ସର୍ଜରୀ ଭଲ ଭାବେ ଶେଷ ହୋଇଛି, ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏବଂ ବିରୋଧୀ ଦଳ ନେତା ଦାୟିତ୍ୱ ନିର୍ବାହ କରନ୍ତୁ । ସମଗ୍ର ଓଡିଶାବାସୀ ତାଙ୍କ ସୁସ୍ଥ ହେବା ନେଇ କାମନା କରୁଛନ୍ତି । ଆଜି ବି ଲୋକମାନେ ତାଙ୍କୁ ଭଲ ପାଉଛନ୍ତି । ଗଣତନ୍ତ୍ରରେ ଲୋକପ୍ରିୟତା, ନିର୍ବାଚନ ସମୟରେ ନେଇଥିବା ନିଷ୍ପତ୍ତି ଉପରେ ନିର୍ଭର କରେ । ଲୋକେ ୨୦୨୪ରେ ପରିବର୍ତ୍ତନ ଚାହିଁଲେ, ଆଉ ପରିବର୍ତ୍ତନ ହେଲା । ଲୋକପ୍ରିୟ କିଏ ତୁଳନା କରିବା ଠିକ୍ ନୁହେଁ । ନବୀନ ବାବୁ କିମ୍ବା ଆଉ କିଏ ଲୋକପ୍ରିୟ ତୁଳନା କରିବା ଠିକ ହେବନି ବୋଲି କହିଛନ୍ତି ସୁଜିତ କୁମାର ।