ଆମେରିକା ରାଜନୀତିରେ ମୋଡ ; ଟ୍ରମ୍ପଙ୍କ ଆଟର୍ଣ୍ଣି ଜେନେରାଲ ପଦରୁ ମ୍ୟାଟ୍ ଗେଟ୍ସଙ୍କ ନାମାଙ୍କନ ପ୍ରତ୍ୟାହାର

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟ୍‌କା । ଟ୍ରମ୍ପଙ୍କ ଆଟର୍ଣ୍ଣି ଜେନେରାଲ ପଦରୁ ନାମାଙ୍କନ ପ୍ରତ୍ୟାହାର କଲେ ରିପବ୍ଲିକାନ୍ ସଦସ୍ୟ ମ୍ୟାଟ୍ ଗେଟସ । ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟ୍‌କା । ଟ୍ରମ୍ପଙ୍କ ଆଟର୍ଣ୍ଣି ଜେନେରାଲ ପଦରୁ ନାମାଙ୍କନ ପ୍ରତ୍ୟାହାର କଲେ ରିପବ୍ଲିକାନ୍ ସଦସ୍ୟ ମ୍ୟାଟ୍ ଗେଟସ । ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ।

81111111111

କନକ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପଙ୍କ ଆଟର୍ଣ୍ଣି ଜେନେରାଲ ପଦରୁ ରିପବ୍ଲିକାନ ସଦସ୍ୟ ମ୍ୟାଟ୍ ଗେଟ୍ସ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ଯୌନ ଶୋଷଣ ଅଭିଯୋଗ ଆସିବା ପରେ ମ୍ୟାଟ୍ ଗେଟ୍ ଚର୍ଚ୍ଚାରେ ରହିଥିଲେ। ଗତ ସପ୍ତାହରେ ଗେଟ୍ ଆମେରିକାର ପ୍ରତିନିଧି ସଭାରୁ ଇସ୍ତଫା ଦେଇଥିଲେ। ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ନୈତିକତା କମିଟିର ତଦନ୍ତ ଅଭିଯୋଗକୁ ଗେଟ୍ ଖଣ୍ଡନ କରିଥିଲେ। 

ଏକ ସୋସିଆଲ ମିଡିଆ ପୋଷ୍ଟରେ ଗେଟସ କହିଛନ୍ତି, ୱାଶିଂଟନରେ ଅଯଥାରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସମୟ ନଷ୍ଟ କରିବାର କୌଣସି ଅର୍ଥ ନାହିଁ, ତେଣୁ ମୁଁ ଆଟର୍ଣ୍ଣି ଜେନେରାଲ ଭାବରେ କାର୍ୟ୍ୟ କରିବା ପାଇଁ ମୋ ନାମ ବିଚାର କରିବାକୁ ପଛଘୁଞ୍ଚା ଦେଉଛି। କିନ୍ତୁ ମୋତେ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗେଟସ୍୨୦୧୬ରେ ପ୍ରଥମ ଥର ପାଇଁ ଆମେରିକାର ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଚଳିତ ମାସରେ ପୁନଃ ନିର୍ବାଚନ ଜିତିଥିଲେ, କିନ୍ତୁ ସେ କିଛି ସମୟ ପରେ କଂଗ୍ରେସ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହ ଯୌନ ନିର୍ୟାତନା ଏବଂ ନିଶା ଦ୍ରବ୍ୟ ସେବନ ଏବଂ ପ୍ରଚାର ପାଣ୍ଠିର ଅପବ୍ୟବହାର ଭଳି ଗେଟସଙ୍କ ବେଆଇନ କାର୍ଯ୍ୟକଳାପ ଉପରେ କଂଗ୍ରେସର ଏକ ପ୍ୟାନେଲ୍ ତଦନ୍ତ ଚଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe