କନକବ୍ୟୁରୋ : ଠକ ସୁନ୍ଦରୀଙ୍କ ଖେଳ ଖତମ ! ଶିକ୍ଷାଗତ ଯୋଗ୍ୟତା ଦଶମ ଫେଲ କିନ୍ତୁ ଲୁଟିଛନ୍ତି ୧୨୩ କୋଟି । ୧୨୩ କୋଟି ଠକେଇ ଅଭିଯୋଗରେ ଗିରଫ ହେଲେ ମା' ଓ ଝିଅ । ହରିତ କ୍ରିସୀ ନିଧି ଲିମିଟେଡ଼ ଠକେଇ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଓଡ଼ିଶାରେ ୩୪ ହଜାର ଲୋକଙ୍କଠାରୁ ଲୁଟିଛନ୍ତି ୧୨୩ କୋଟି ଟଙ୍କା । କୋଲକାତାର ନିଧି ଗ୍ରୁପର ବଡ଼ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ସଂସ୍ଥାର ମୁଖିଆ ତୁଷାର ଭଞ୍ଜ ପୂର୍ବରୁ ଗିରଫ ହୋଇଥିବା ସ୍ତ୍ରୀ ଦୀପିକା ଭଞ୍ଜ ଓ ଝିଅ ତନ୍ଦ୍ରା ଭଞ୍ଜଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ଅଭିଯୁକ୍ତ ତୁଷାର ଭଞ୍ଜର ସ୍ତ୍ରୀ ଇନିସିଆଲ ଡାଇରେକ୍ଟର ଏବଂ ଝିଅ ସଂସ୍ଥାର ଜଏଣ୍ଟ ସେକ୍ଟ୍ରେଟାରୀ ଥିଲେ । RBI ଗାଇଡଲାଇନ ଓ ରେଜିଷ୍ଟ୍ରେସନ ଥିବା ଏହି କମ୍ପାନି, ୫ ରାଜ୍ୟର ଲୋକଙ୍କୁ ଲଗାଇଛି ଚୁନା । ଓଡ଼ିଶା, ପଶ୍ଚିମବଙ୍ଗ ଆସାମ , ମହାରାଷ୍ଟ୍ର ଓ ଛତିଶଗଡ଼ରୁ ଶହ ଶହ କୋଟି ଠକ ପରିବାର । ବାଂଲାଦେଶରେ ମଧ୍ୟ ଠକ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା । ଅଳ୍ପଦିନରେ ଅଧିକ ସୁଧ ର ପ୍ରଲୋଭନ ଦେଖାଇ, ଲୋକଙ୍କୁ ଭକୁଆ ବନାଉଥିଲା ଏହି ସଂସ୍ଥା । ମାସିକ ୧୧ ପ୍ରତିଶତ ହାରରେ ସୁଧ ଦେବାର ଦେଇଥିଲେ ଲୋଭନୀୟ ପ୍ରତିଶ୍ରୁତି ।
ଭୁବନେଶ୍ୱରରେ ସଂସ୍ଥା ଅଫିସ ଖୋଲି ଲୋଭନୀୟ ପ୍ରସ୍ତାବ ଦେଉଥିଲା । ଲୋକଙ୍କ ଟଙ୍କା ଲୁଟିବା ପାଇଁ ଏଜେଣ୍ଟଙ୍କୁ ଦରମା ଦେଇ ରଖିଥିଲା । ନୂଆ ଗ୍ରାହକ ଯୋଗାଡ଼ କଲେ ମିଳୁଥିଲା ମୋଟା ଅଙ୍କର କମିଶନ । ଲିଫଲେଟ ଜରିଆରେ ନିରୀହ ଲୋକଙ୍କ ପାଖକୁ ଯାଉଥିଲା ବିଜ୍ଞାପନ । ତେବେ ନିଉ ଆଲିପୁରରେ , ଆଲିସାନ ଫ୍ଲାଟ ଏବଂ ପଶ୍ଚିମ ମେଦିନାପୁରରେ ଠକ କିଣିଥିଲେ ପ୍ଲଟ । ଏହି ଦୁଇଟି ସମ୍ପତ୍ତି ଆଟାଚ ନେଇ ପ୍ରକ୍ରିୟା ଆରମ୍ଭ କରିଛି EOW ।