କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ରାଜ୍ୟର ୫ଲକ୍ଷ ୧୨ ଛାତ୍ରଛାତ୍ରୀ ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ। ସରକାର ବଦଳିବା ପରେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ହେଉଥିବାରୁ ଏହାକୁ ଶୃଂଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ବତନ୍ତ୍ର କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଛି । ପରୀକ୍ଷା ମୂଳକ ଭାବେ ଆଜି ଡ୍ରାଏ ରନ୍ କରାଯାଇଛି। କପି ରୋକିବା ପାଇଁ ସିସିଟିଭି ଲଗାଯାଇଛି। ପରୀକ୍ଷାରେ ଯେମିତି କୌଣସି ଅନିୟମିତତା ନହେବ ସେଥିପାଇଁ ଫ୍ଲାଇଙ୍ଗ ସ୍କାର୍ଡ, ସେଣ୍ଟ୍ରାଲ ଅବଜରଭର, ଜିଲ୍ଳା ସ୍ତର ଅବଜରଭରମାନଙ୍କୁ ନିୟୋଜିତ କରାଯାଇଛି ।

Advertisment

ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହେବା ପ୍ରମୁଖ ସମସ୍ୟା ହୋଇଥିବାରୁ ଏହାକୁ ରୋକିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ପ୍ରଶ୍ନପତ୍ରରେ କ୍ୟୁଆର କୋଡ ଓ ୱାଟର ମାର୍କର ବ୍ୟବସ୍ଥା କରାଯାଇଛି । ଯେଉଁଠି ପ୍ରଶ୍ନପତ୍ର ଲିକ୍ ହେଲେ ବି ଯେମିତି ଧରାପଡିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ତେବେ ପ୍ରଶ୍ନପତ୍ର ଭାଇରାଲ ଗୁଜବକୁ ବିଶ୍ବାସ ନକରି ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି ବୋର୍ଡ କର୍ତୁପକ୍ଷ। ସେହିପରି ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ମନୋବିଜ୍ଞାନୀ । ତେବେ ପ୍ରଶ୍ନ ପତ୍ର ଭାଇରାଲକୁ ରୋକିବା ଓ ଶୃଂଖଳାର ସହ ପରୀକ୍ଷା ସାରିବା ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।