କନକ ବ୍ୟୁରୋ: ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ମାଟ୍ରିକ ପରୀକ୍ଷା । ସେହି ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ବୋର୍ଡ ୱେବସାଇଟରେ ଲଗଇନ କରି କିମ୍ୱା ମେସେଜ କରି ପରୀକ୍ଷା ଫଳ ଜାଣିପାରିବେ ପରୀକ୍ଷାର୍ଥୀ। ଗଜପତି ଜିଲ୍ଲାରେ ପାସହାର ସର୍ବାଧିକ ଓ କୋରାପୁଟ ଜିଲ୍ଲାରେ ପାସହାର ସର୍ବନିମ୍ନ ରହିଛି ।
ମାଟ୍ରିକ ପରୀକ୍ଷାଫଳ :
ପରୀକ୍ଷା ଦେଇଥିଲେ ୫, ୨୪, ୧୭ ଜଣ
ପାସ୍ କରିଛନ୍ତି ୪, ୮୪, ୮୬୫ ଜଣ
ଫେଲ୍ ହୋଇଛନ୍ତି ୧୭, ୩୮୪ ଜଣ
ପାସ୍ହାର- ୯୪.୯୩%
ଛାତ୍ରଙ୍କୁ ଟପିଗଲେ ଛାତ୍ରୀ
ଛାତ୍ରୀଙ୍କ ପାସ୍ହାର ୯୬%
ଛାତ୍ରଙ୍କ ପାସ୍ହାର ୯୪%
୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ ପାସ୍
୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର ପାସ୍
ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ବଡ କଥା ହେଉଛି, ଚଳିତ ବର୍ଷ କୌଣସି ବିଦ୍ୟାଳୟର ପରୀକ୍ଷା ଫଳ ଶୂନ ହୋଇନାହିଁ । ଟପ୍ କଲା ଗଜପତି ଜିଲ୍ଲା । ପଛରେ ପଡ଼ିଲା କୋରାପୁଟ । ଚଳିତ ବର୍ଷ ମାଟ୍ରିକରେ ଏ- ୱାନ୍ରେ ଅର୍ଥାତ୍ ୯୦ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧ ହଜାର ୮୧୨, ଏ-୨ରେ ୧୨ ହଜାର ୨୦୦ ଜଣ ପିଲା ପାସ କରିଛନ୍ତି । ବି-ୱାନରେ ୩୮ ହଜାର ୮୩୧, ବି-ଟୁରେ ୮୪, ୯୭୧, ସି- ୧ ଲକ୍ଷ ୩୩ ହଜାର ୮୨୨ ଛାତ୍ରଛାତ୍ରୀ ଉତିର୍ଣ୍ଣ ହୋଇଛନ୍ତି। ତେବେ ସାରା ରାଜ୍ୟରେ ଜିଲ୍ଲାୱାରୀ ପାସ ହାର ତାଲିକାର ଶୀର୍ଷରେ ରହିଛି ଗଜପତି ଜିଲ୍ଲା । ଗଜପତି ଜିଲ୍ଲାରେ ପାସ୍ହାର ୯୯.୩୫% । ସେହିପରି ପାସହାର ତାଲିକାର ସବା ତଳେ ରହିଛି କୋରାପୁଟ । କୋରାପୁଟ ଜିଲ୍ଲାରେ ପାସ୍ହାର ୯୨.୮୩% ରହିଛି ।
ଗତବର୍ଷ ତୁଳନାରେ ଚଳିତ ବର୍ଷର ପାସ ହାର କମ ରହିଛି । ଗତବର୍ଷ ପାସ ହାର ୯୬.୨୭% ରହିଥିଲା, ଚଳିତ ବର୍ଷର ପାସ ହାର ହେଉଛି ୯୪.୯୩% । ସେହିପରି ଚଳିତ ବର୍ଷ ଫର୍ମଫିଲଅପ କରି ପରୀକ୍ଷା ଦେଇନାହାନ୍ତି ୮ହଜାର ୩୬୨ ଜଣ ଛାତ୍ରଛାତ୍ରୀ । ତାହାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।