odisha_10th_result_bse_1746184187520_1746184197833 Photograph: (KanakNews)
କନକ ବ୍ୟୁରୋ: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ। ଗତବର୍ଷ ତୁଳନାରେ କମିଛି ପାସ୍ ହାର। ୨୦୨୫ରେ ପାସ୍ ହାର ୯୪.୯୩% ରହିଛି। ୪ ଲକ୍ଷ ୮୪ ହଜାର ୮୬୩ ପାସ ହୋଇଛନ୍ତି। ଗଜପତି ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୯.୩୫ ପ୍ରତିଶତ। ୯୨.୮୩ ପ୍ରତିଶତ ରେଜଲ୍ଟ ସହ କୋରାପୁଟ ଜିଲ୍ଲାର ପାସ୍ ହାର ସର୍ବନିମ୍ନ। ଏଥର ବି ଛାତ୍ରଙ୍କ ତୁଳନାରେ ଆଗୁଆ ଅଛନ୍ତି ଛାତ୍ରୀ। ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦଶମ ପରୀକ୍ଷା। ସେହି ପରୀକ୍ଷା ପାଇଁ ୨୦୨୪-୨୫ ଶିକ୍ଷା ବର୍ଷରେ ଫର୍ମ ଫିଲ୍ଅପ୍ କରିଥିଲେ ୫ ଲକ୍ଷ ୧୦ ହଜାର ୭୭୯ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିଥିଲେ। ଏବଂ ୫ ଲକ୍ଷ ୨ ହଜାର ୪୧୭ ପରୀକ୍ଷା ଦେଇଥିଲେ। ୪ ଲକ୍ଷ ୮୪ ହଜାର ୮୬୩ ପାସ କରିଛନ୍ତି। ପାସ୍ ହାର ୯୪.୯୩%। ୨ଲକ୍ଷ ୪୦ହଜାର ୨୫୧ ପୁଅ ପାସ। ଛାତ୍ରଙ୍କ ପାସ୍ ହାର- ୯୪%। ସେହିଭଳି ୨ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ ପାସ କରିଛନ୍ତି। ସେମାନଙ୍କ ପାସ୍ ହାର ୯୬% ରହିଛି। ଏ ୱାନ୍ ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧ହଜାର ୮୧୨। ୧୨ହଜାର ୨୦୦ ଜଣ ପିଲା ଏ ଟୁରେ ରହିଛନ୍ତି। ବି-ୱାନରେ ୩୮ ହଜାର ୮୩୧, ବି-ଟୁରେ ୮୪, ୯୭୧, ସି- ୧ ଲକ୍ଷ ୩୩ ହଜାର ୮୨୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
Follow Us